Before Header

ସଂସଦ ଭବନ ନିରାପଦ ନୁହେଁ: ହରଦୀପ ସିଂ ପୁରୀ

0 17

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସଂସଦ ଭବନ ନିରାପଦ ନୁହେଁ । ଦିଲ୍ଲୀକୁ ୪ ନମ୍ବର ଭୂକମ୍ପପ୍ରବଣ ଅଞ୍ଚଳ ମଧ୍ୟରେ ରଖାଯାଇଥିବାରୁ ପୁରୁଣା ସଂସଦ ଭବନ ଆଦୌ ନିରାପଦ ନୁହେଁ । ଏପରି ମନ୍ତବ୍ୟ ରଖିଛନ୍ତି ହରଦୀପ ସିଂ ପୁରୀ । ତେବେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟର ଅଂଶ ସ୍ୱରୂପ ସଂସଦ ଭବନ ନିର୍ମାଣ କାର୍ଯ୍ୟ ୨୦୨୨ ଶୀତ ଅଧିବେଶନ ପୂର୍ବରୁ ସମ୍ପନ୍ନ ହୋଇଯାଇଥିବ ବୋଲି ମଧ୍ୟ କହିଛନ୍ତି ହରଦୀପ । ଏକ ସାକ୍ଷକ୍ରାରରେ ପୁରୀ କହିଛନ୍ତି ଯେ, ଆଧୁନିକ ସ୍ୱାଧୀନ ଭାରତ ପାଇଁ ଏକ ପ୍ରଶାସନିକ ଢାଞ୍ଚାର ଆବଶ୍ୟକତା ରହିଥିଲା । ଯାହାର ଭିତ୍ତିପ୍ରସ୍ତର ୨୦୨୦ରେ ସ୍ଥାପନ କରିଥିଲେ ପ୍ରଦାନମନ୍ତ୍ରୀ । ନୂତନ ସଂସଦ ଭବନରେ ୬୪ହଜାର ୫୦୦ ବର୍ଗମିଟର ସ୍ଥାନ ଉପଲବ୍ଧ ହେବ ।

ତେବେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟକୁ ନେଇ ଅନେକ ବିବାଦ ଆସୁଛି । କିନ୍ତୁ ଏହି ସଂସଦ ଭବନର ଅବଧାରଣା ଆଜିର ନୁହେଁ । ୧୯୧୦ ମସିହାର । ଆଧୁନିକ ଭାରତ ପାଇଁ ଏକ ଉନ୍ନତ ମାନର ଓ ପ୍ରଶସ୍ତ ସଂସଦ ଭବନର ଆବଶ୍ୟକତା ପୂରଣ କରିବା ଲାଗି ମୋଦି ଏହି ନିଷ୍ପତ୍ତି ନେଇଛନ୍ତି । ଏହାଛଡ଼ା ସେ ଏହା ମଧ୍ୟ କହିଛନ୍ତି ଯେ, ପୁରୁଣା ସଂସଦ ଭବନର ଅବଧାରଣା ୧୯୧୩ରେ ହୋଇଥିଲା।

୧୯୨୧ ଫେବ୍ରୁଆରି ୧୨ରେ କାମ ଆରମ୍ଭ ହୋଇଥିଲା ଏବଂ ୧୯୨୭ ଜାନୁଆରି ୧୮ରେ ଭାଇସରୟ ଏଡ୍‌ୱାର୍ଡ ଫ୍ରେଡ୍ରିକ୍ ଲିଣ୍ଡେ ଉଡ୍ (ଲର୍ଡ ଇର୍‌ୱିନ) ଏହାକୁ ଇମ୍ପେରିଆଲ ଲେଜିସ୍‌ଲେଟିଭ୍ କାଉନସିଲ ଭାବେ ଉଦ୍‌ଘାଟନ କରିଥିଲେ। ବର୍ତ୍ତମାନ ଏହାକୁ ଆମେ ସଂସଦ ଭବନ ଭାବେ ବ୍ୟବହାର କରୁଛୁ। ସବୁ ସାଂସଦ ଏକାଠି ବସିବା ପାଇଁ ଏଥିରେ ଯଥେଷ୍ଟ ସ୍ଥାନ ନାହିଁ। ସ୍ବାଧୀନତା ପରଠାରୁ ସାଂସଦଙ୍କ ସଂଖ୍ୟା ବି ବଢ଼ୁଛି। ଦୁଇଜଣ ବସିବା ଜାଗାରେ ବାଧ୍ୟ ହୋଇ ପାଞ୍ଚଜଣ ବସିବା ଲାଗି ବ୍ୟବସ୍ଥା କରାଯାଉଛି।

Leave A Reply

Your email address will not be published.