Masthead

ଅଭିନବ ଉପାୟରେ କରୁଥିଲେ ଚୋରି, ଧରିଲା ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସେଲସମ୍ୟାନ ସାଜି ମଲରୁ କରୁଥିଲେ ଚୋରି । ସପିଂ ମଲରୁ ମନଇଚ୍ଛା ବ୍ରାଣ୍ଡେଣ୍ଡ ପ୍ୟାଣ୍ଟସାର୍ଟ, ଜୋତା ଓ ଘରକରଣ ସାମଗ୍ରୀ ଉଠାଇ ଗେଟରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ପଳାଇବା ପାଇଁ ଚେଷ୍ଟା କରୁଥିଲେ । ଯାହାକୁ ଅଟକ ରଖିଛି ସହିଦନଗର ପୋଲିସ । ଅଭିଯୁକ୍ତ ହେଲେ କୃଷ୍ଣ ପ୍ରସାଦ ଓରଫ କାଳୁ । ତାଙ୍କ ଘର ଗଞ୍ଜାମ ଅଞ୍ଚଳ ଗୋଳନ୍ଥରା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ କାଳୁ ନକଲି ଆଇକାର୍ଡ ବେକରେ ପକାଉଥିଲେ । ମଲ ଫାଙ୍କା ଦେଖି ପଶୁଥିଲେ ।

ବିଭିନ୍ନ ସାମଗ୍ରୀ ଚୋରି କରିବା ପରେ ସୁଯୋଗ ଦେଖି ମୁଖ୍ୟ ଫାଟକ ଦେଇ ଚାଲି ଯାଉଥିଲେ । ନଚେତ, ଷ୍ଟୋର ରୁମକୁ ନେବା ଆଳ ଦେଖାଇ ସେଠାରେ ଥିବା ସୁରକ୍ଷାକର୍ମୀଙ୍କୁ ଚକମା ଦେଉଥିଲେ । ପରେ ଏହାକୁ ନେଇ କମଦାମରେ ଅନ୍ୟଙ୍କୁ ବିକ୍ରୀ କରୁଥିଲେ । ମଲକୁ ଆସୁଥିବା ଗ୍ରାହାକଙ୍କ ମୋବାଇଲ ନମ୍ବର ମଲ କାଉଣ୍ଟରରୁ ସଂଗ୍ରହ କରୁଥିଲେ । ସେମାନଙ୍କୁ ସେଲ ମ୍ୟାନ ପରିଚୟ ଦେଇ ସ୍ୱତନ୍ତ୍ର ଅଫର ଲୋଭ ଦେଖାଇ ବାହାରକୁ ଡ଼ାକୁଥିଲେ । ୫୦୦୦ ଟଙ୍କାରେ ଥିବା ସମାନକୁ ୧୦୦୦ ଟଙ୍କାରେ ବିକ୍ରୀ କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ