ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭୟଙ୍କର ବିମାନ ଦୁର୍ଘଟଣା । ଋଷର ଟାଟାରଷ୍ଟନ୍ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣା ଘଟିଛି । ‘L-410 ଟର୍ବୋଲେଟ୍’ ନାମକ ବିମାନର ଯାନ୍ତ୍ରିକ ତୃଟି କାରଣରୁ ଭାରସାମ୍ୟ ହରାଇ ଖସିପଡିବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏଥିରେ ଗୁରୁତର ହୋଇଥିବା ହୋଇଥିବା ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିଭଳି ମୃତକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି ।
ଋଷ ମିଡିଆ RIA ନ୍ୟୁଜ୍ ମୁତାବକ ବିମାନଟି ପ୍ରାୟ ୨୩ ଜଣଙ୍କୁ ଧରି ଯାତ୍ରା କରୁଥିବାବେଳେ ଦୁର୍ଘଟଣା ହୋଇଥିବା ନେଇ ଜଣାଇଛି । ବିମାନଟି କିଛି ପାରାଚ୍ୟୁଟ୍ ଜମ୍ପରଙ୍କୁ ନେଇ ଯାଉଥିଲା । ଋଷର ଜରୁରୀକାଳୀନ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରସାମ୍ୟ ହରାଇ ‘L-410 ଟର୍ବୋଲେଟ୍’ ନାମକ ବିମାନ ଖସିପଡିଥିଲା । ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ‘L-410 ଟର୍ବୋଲେଟ୍’ ଏକ ଡବଲ ଇଞ୍ଜିନ୍ ସ୍ବଳ୍ପ ଦୂରଗାମୀ ପରିବହନ ବିମାନ ।