Masthead

ଏମିତି ବି ହୁଏ ଛତୁଆ ପ୍ରସ୍ତୁତି

ରାଜନଗର, (ବଡ଼ ଖବର ବ୍ୟୁରୋ): ସରକାର ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଅଙ୍ଗନୱାଡି ମାଧ୍ୟମରେ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଯୋଗାଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ ସରକାରଙ୍କ ବ୍ୟବସ୍ଥା ବାସ୍ତବରେ କେତେ ବ୍ୟବସ୍ଥିତ ହେଉଛି ତାହାର ଗ୍ରାଉଣ୍ଡ ଜିରୋ ସ୍ଥିତି ପରଖିଛି ବଡ଼ ଖବର ଟିମ। ଠିକ ସମୟରେ ହିତାଧିକାରୀଙ୍କ ନିକଟରେ ଖାଦ୍ୟ ତ ପହଞ୍ଚି ପାରୁନାହିଁ। ଅନ୍ୟପଟେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଉପରେ ଚପଲ ପିନ୍ଧି ଠିଆହେବା ଘଟଣା ବି ନଜରକୁ ଆସିଛି। ମହିଳା ଓ ଶିଶୁ ବିକାଶ ବିଭାଗର ଉତ୍ତମ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ନାରାକୁ ଏହା କାଠଗଡ଼ାକୁ ଟାଣି ନେଇଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଘୁଆଠାରେ। ଏଠାରେ ଶିଶୁ ଓ ଗର୍ଭବତୀଙ୍କ ପାଇଁ ପ୍ରସ୍ତୁତ ହେଉଛି ଛତୁଆ। ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ହିତାଧିକାରୀଙ୍କୁ ଦିଆଯାଉଥିବା ଛତୁଆ ପ୍ରସ୍ତୁତ କରୁଛନ୍ତି ବାଲିଚନ୍ଦ୍ରପୁରର ମା’ ବୁଢ଼ୀମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା। ସରକାରୀ ନିୟମ ଅନୁସାରେ ଉତ୍ତମ ଛତୁଆ ପ୍ରସ୍ତୁତ ହେବା ପ୍ରଣାଳୀର ସ୍ଥିତି ମଧ୍ୟ ପରଖୁଛନ୍ତି ବିଭାଗୀୟ ଅଧିକାରୀ। ହେଲେ ଛତୁଆର ମାନ ପରଖିବାକୁ ଯାଇଥିବା ଦୁଇ ସୁପରଭାଇଜର ପାଦରେ ଚପଲ ପିନ୍ଧି ଭଜା ବାଦାମ ଉପରେ ଠିଆ ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାଟି ଗତ ଅକ୍ଟୋବର ୨୦ ତାରିଖର। ଛତୁଆ ପ୍ରସ୍ତୁତ ହେବା ପୂର୍ବରୁ ବାଦାମରେ ମିଶୁଛି ବିଭାଗୀୟ ଅଧିକାରୀଙ୍କ ଚପଲର ଧୂଳି, ମଳି ଓ ଆବର୍ଜନା। ଏହି ଛତୁଆ ଖାଇ ଗର୍ଭବତୀ ଓ ଶିଶୁମାନେ କୌଣସି ରୋଗର ଶିକାର ହେଲେ କିଏ ଦାୟୀ ରହିବ ତାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ।

ନିମ୍ନମାନର ଛତୁଆ ପ୍ରସ୍ତୁତ ହେବା ସହିତ ହିତାଧିକାରୀଙ୍କ ନିକଟରେ ଠିକ ସମୟରେ ଏହା ପହଞ୍ଚି ପାରୁନି। ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ନଭେମ୍ବର ୧ ତାରିଖ ସୁଦ୍ଧା ଛତୁଆ ଓ ଲଡୁ ଆଦି ପହଞ୍ଚି ନ ଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। କିନ୍ତୁ ବିଭାଗୀୟ ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରି ଛତୁଆ ପହଞ୍ଚିଯାଇଥିବା ସଫେଇ ଦେଇଛନ୍ତି। ଅଭିଯୋଗକୁ ଖଣ୍ଡନ କରୁଥିବା ଅଧିକାରୀଙ୍କ କଥା ମିଛ ବୋଲି ପ୍ରମାଣ କରିଛି ବଡ଼ ଖବର କ୍ୟାମେରା ଟିମ୍। ନଭେମ୍ବର ୨ତାରିଖରେ ଗଜରାଜପୁର ଅଙ୍ଗନୱାଡି କେନ୍ଦ୍ରରେ ଗାଡ଼ିରୁ ଛତୁଆ ଅନଲୋଡ୍ କରାଯାଉଥିବା ଦୃଶ୍ୟ ଆମ କ୍ୟାମେରାରେ କଏଦ ହୋଇଛି। ଆହୁରି ମଧ୍ୟ ସେହି କେନ୍ଦ୍ରର ଅଙ୍ଗନୱାଡି କର୍ମୀଙ୍କ ଅନୁପସ୍ଥିତିରେ କେନ୍ଦ୍ର ସହାୟିକା ଓ ୧୦/୧୨ ବର୍ଷର ଜଣେ ବାଳିକାଙ୍କ ଉପସ୍ଥିତରେ ଛତୁଆ ବଣ୍ଟନ କରାଯାଇଥିଲା। ରସିଦରେ ବାଳିକାଜଣକ ସ୍ୱାକ୍ଷର କରି ଛତୁଆ ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। କର୍ମୀଙ୍କ ଅନୁପସ୍ଥିତରେ ଜଣେ ବାଳିକାଙ୍କ ସ୍ୱାକ୍ଷରରେ କିପରି ଛତୁଆ ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ।

ଛତୁଆ ବଣ୍ଟନରେ ବ୍ୟାପକ ଅନିୟମିତତା ଓ ବିଭାଗୀୟ ଅଧିକାରୀଙ୍କ ଚପଲ ପିନ୍ଧି ଖାଦ୍ୟ ଉପରେ ଠିଆ ହେବା ଘଟଣା ଉପଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିବା ପରେ ଖୁବଶୀଘ୍ର ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉଛି ନା ପାଣିର ଗାର ପାଲଟୁଛି ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା