Masthead

ମିଶନ ୟୁପି: ମୋଦିଙ୍କ ଗଡ଼ରେ ପ୍ରିୟଙ୍କା

ବାରଣାସୀ(ବଡ଼ ଖବର ବ୍ୟୁରୋ): ଆସନ୍ତାବର୍ଷ ହେବ ୟୁପିରେ ବିଧାନସଭା ନିର୍ବାଚନ । ଦେଶର ସବୁଠାରୁ ବଡ଼ ରାଜ୍ୟର ନିର୍ବାଚନକୁ ନେଇ ଏବେ ଜାତୀୟ ରାଜନୀତି ବି ସରଗରମ । ବିଭିନ୍ନ ପ୍ରସଙ୍ଗକୁ ନେଇ ଯୋଗୀ ସରକାରକୁ ଟାର୍ଗେଟ କରୁଛନ୍ତି ବିରୋଧୀ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଡ଼ ବାରଣାସୀରୁ ନିର୍ବାଚନୀ ବିଗୁଲ ଫୁଙ୍କିଛନ୍ତି । ବାରଣାସୀରେ ପହଞ୍ଚି ପ୍ରିୟଙ୍କା ଗୋଟିଏ ପରେ ଗୋଟିଏ ମନ୍ଦିର ଦର୍ଶନ କରୁଛନ୍ତି ।

ପ୍ରଥମେ ବାବା ବିଶ୍ୱନାଥ ମନ୍ଦିର ଓ ମା’ ଅନ୍ନପୂର୍ଣ୍ଣା, ତାପରେ ଦୁର୍ଗା ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରୁ ବାହାରି ଗଣମାଧ୍ୟମ ସହ କଥା ହୋଇ ପ୍ରିୟଙ୍କା କହିଛନ୍ତି ଯେ କାଶୀ ବିଶ୍ୱନାଥ ଦର୍ଶନର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ବିଶ୍ୱନାଥଙ୍କ ପ୍ରତି ତାଙ୍କର ଆସ୍ଥା ରହିଛି। ସେ ଯେବେ ବି ବାରାଣାସୀ ଆସନ୍ତି ବିଶ୍ୱନାଥଙ୍କ ଦର୍ଶନ ପାଇଁ ନିଶ୍ଚୟ ଆସନ୍ତି ବୋଲି କହିଛନ୍ତି।

ଏହାପରେ ପ୍ରିୟଙ୍କା ରୋହନୀୟା ସ୍ଥିତ ଜଗତପୁର ଇଣ୍ଟର କଲେଜ ମଇଦାନରେ ଆୟୋଜିତ କୃଷକ ନ୍ୟାୟ ରାଲିକୁ ସମ୍ବୋଧିତ କରିବାକୁ ପହଞ୍ଚିଛନ୍ତି। କିଛି ସମୟ ପରେ ତାଙ୍କର ସମ୍ବୋଧନ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ପ୍ରିୟଙ୍କାଙ୍କୁ ବାରାଣାସୀ ବିମାନବନ୍ଦରରେ କାର୍ୟ୍ୟକର୍ତ୍ତା ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଓ ବିଧାୟକ ଦଳ ନେତା ଆରାଧନା ମିଶ୍ର ପ୍ରିୟଙ୍କାଙ୍କୁ ସ୍ୱାଗତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା