Before Header

ଖାଉଟିଙ୍କ ଉପରେ ଚଡକ, ଆକାଶ ଛୁଆଁ ଟମାଟୋ ଦର

0 31

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖାଉଟିଙ୍କ ଉପରେ ଚଡକ । ହଠାତ ବଢିଲା ଟମାଟୋ ଦର । ଚିନ୍ତାରେ ଗୃହିଣୀ । ରାଜଧାନୀ ଭୁବନେଶ୍ୱରରେ ଟମାଟୋ ଦର ୧୦୦ ଟଙ୍କା ଛୁଇଁଛି । କଟକରେ ଟମାଟୋ ୧୦୦ ରୁ ୧୨୦ ଟଙ୍କାରେ ମିଳୁଛି । ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି । ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ । ସେପଟେ ବାଲେଶ୍ବରରେ ସେଞ୍ଚୁରୀ ଛୁଇଁଛି ଟମାଟୋ ଦର ।

Leave A Reply

Your email address will not be published.