Masthead

କଟକରେ ପୁଣି ଫାଟିଲା ପାଣି ପାଇପ୍: ଲୋକେ ଆତଙ୍କିତ

କଟକ(ବଡ଼ ଖବର ବ୍ୟୁରୋ): ପୁଣି ବାଦାମବାଡିରେ ଫାଟିଲା ପାଣି ପାଇପ୍ । କଟକ ବାଦାମବାଡ଼ି ଛକରେ ଫାଟି ଉଠିଲା ୨୦ଫୁଟ ଉଚ୍ଚର ପାଣି। ଯାତାୟାତ ସମୟରେ ହଠାତ୍ ରାସ୍ତା ତଳୁ ପାଣି ପାଇପ୍ ଜୋରରେ ଶବ୍ଦ କରି ଫାଟି ଫାଟି ଥିଲା। ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ । ଅମୃତ ଯୋଜନା ପାଣି ପାଇପ୍ କାମରେ ତ୍ରୁଟି ଯୋଗୁଁ ଏଭଳି ଘଟିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ରାଜାବଗିଚା ସିଟି କଲେଜ ସମୁଖରେ ଅମୃତ ଯୋଜନାର ପାଇପ ଫାଟି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସେହି ଘଟଣାର ବିଭାଗୀୟ ତଦନ୍ତ ଜାରି ରହିଥିବା ବେଳେ ପ୍ରଶାସନର ନିମ୍ନମାନର କାମ ଯୋଗୁଁ ଏଭଳି ଘଟିଲା ବୋଲି ଚର୍ଚା ଜୋର୍ ଧରିଥିଲା ।

 

ଏବେ ପୁଣି ଥରେ ପାଇପ୍ ଫାଟିବା କଟକ ସହରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାଣି ମଟରକୁ ବନ୍ଦ କରିବା ସହିତ ରାସ୍ତା ଟିକୁ ବାଲି ପକାଇ ରାତାରାତି ଏବଂ ସମତୁଲ କରିବା କାମ ତୁରନ୍ତ ଆରମ୍ଭ କରଯାଇଛି। ସମତୁଲ କରାଯାଇଛି । ତେବେ ଏଭଳି ସମସ୍ୟାର୍ ଆଗକୁ ପୁନରାବୃତ୍ତି ନ ହୁଏ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ ସି ଏମ୍ ସି କମିଶନର। ହେଲେ ଏବେ ପୁଣି ଥରେ ଏଭଳି ଘଟିବା ନିଶ୍ଚିତ ରୂପେ ସହର ପ୍ରତି ବିପଦ ସୃଷ୍ଟି କରିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ