Masthead

ଆମେରିକାକୁ ତାଲିବାନର ଚେତାବନୀ, ଆଫଗାନରେ କିଛି ଭୁଲ କଲେ..

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମେରିକାରୁ ସୈନ୍ୟ ପ୍ରତ୍ୟାହାର ପରେ ପ୍ରଥମ ଥର ମୁହାଁ ମୁହିଁ ହୋଇଛନ୍ତି ଆମେରିକା ଓ ତାଲିବାନ ନେତା । କତାରର ଦୋହା ଠାରେ ଅନୁଷ୍ଠିତ ଏକ ଆଲୋଚନାରେ ତାଲିବାନର ବରିଷ୍ଠ ଅଧିକାରୀମାନେ ଆମେରିକା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଆମେରିକାକୁ ଖୋଲା ଚ୍ୟାଲେଞ୍ଜ କରିଛି ତାଲିବାନ । ବୈଠକରେ ଆମେରିକା ଅଧିକାରୀ ମାନେ କହିଥିଲେ କଥାକୁ ନୁହେଁ କାମକୁ ଆକଳନ କରାଯିବ । ତାଲିବାନକୁ ମାନ୍ୟତା ନଦେଇ ମଧ୍ୟ ଆଫଗାନିସ୍ତାନବାସୀଙ୍କୁ ସାହାଯ୍ୟ କରିବ ଆମେରିକା ।

ତେବେ ଆମେରିକାର ଏହି କଥାରେ ହିଁ ଉତକ୍ଷିପ୍ତ ହୋଇ ଉଠିଥିଲେ ତାଲିବାନର ବରିଷ୍ଠ ନେତା । ଏହି ବୈଠକରେ  ଆମେରିକା ବୈଦେଶିକ ପ୍ରବକ୍ତା ନେଡ୍ ପ୍ରାଇସ୍ ଆଫଗାନିସ୍ତାନ ରାଷ୍ଟ୍ରିୟ ହିତ ସମ୍ପର୍କିତ  ପ୍ରସଙ୍ଗକୁ ଉଠାଇଥିଲେ । ଯେଉଁଥିରେ ଆଫଗାନବାସୀଙ୍କ ମାନବିକ ଅଧିକାରର ସୁରକ୍ଷା, ଆତଙ୍କବାଦ, ସେଠାରେ ଥିବା ବିଦେଶୀ ନାଗରିକଙ୍କ ସୁରକ୍ଷା ଓ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

କିନ୍ତୁ ତାଲିବାନ ନେତା ଏହି ମାମଲାରେ ତୀବ୍ର ପ୍ରତିକ୍ରିୟା ରଖିଥିଲେ । କିନ୍ତୁ ତାଲିବାନ ନେତା ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ, ଓ ଆକେରିକାକୁ ଚେତାବନୀ ଦେଇଥିଲେ । ତାଲିବାନର କାର୍ୟ୍ୟବାହୀ ବିଦେଶ ମନ୍ତ୍ରୀ ଅମୀର ଖାନ୍ ମୁଫତି କହିଥିଲେ ଯେ, ଆମେରିକା ଅଯଥା ଆଫଗାନିସ୍ତାନକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି । ଯଦି ଏପରି କରେ ତେବେ ଏହାର ଭୟାବହ ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହ । ଖାଲି ଆମେରିକା କାହିଁକି ଆଫଗାନିସ୍ତାନରେ ସ୍ଥିତ ତାଲିବାନ ସରକାରକୁ ଦୁର୍ବଳ କରିବାକୁ କିଛି ବି ଚେଷ୍ଟା କଲେ ପୁରା ଦୁନିଆଁକୁ ଏହାର ଭରଣା କରିବାକୁ ପଡି ବୋଲି ଆମେରିକା ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଅମୀର ଖାନ୍ ମୁଫତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା