Masthead

ଶ୍ରୀମନ୍ଦିର ସେବାୟତ ପିନ୍ଧିବେ ଡ୍ରେସକୋଡ୍

ପୁରୀ(ବଡ଼ ଖବର ବ୍ୟୁରୋ): ସେବାୟତ ପିନ୍ଧିବେ ଡ୍ରେସ କୋଡ୍ । ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ଡ୍ରେସ କୋଡ ବ୍ୟବସ୍ଥା । ଗର୍ଭଗୃହ ଭିତରକୁ ଯାଉଥିବା ସେମାୟତଙ୍କ ପାଇଁ ଡ୍ରେସକୋଡ ବ୍ୟବସ୍ଥା ଲାଗୁ କରାଯିବ । ସେବାୟତଙ୍କ ପାଇଁ ଧୋତି ମୁକୁଟ କିମ୍ବା ଢିଲା ପାଇଜାମା ଡ୍ରେସ କୋଡ ଲାଗୁ ହେବ । ସୋମବାର ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ସେହିପରି ଅସନ୍ତା ୧୮ ତାରିଖରେ ଗୁରୁକୂଳ ଆଶ୍ରମର ଭୂମିପୂଜନ ହେବ । ଏଥିରେ ଯୋଗଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୧୯୦ କୋଟି ଟଙ୍କାର ବଜେଟ୍ ସମ୍ପର୍କରେ ମଧ୍ୟ ଅର୍ଥ ସବ୍ କମିଟିରେ ଆଲୋଚନା ହୋଇଛି । ଆସନ୍ତା ୧୬ ତାରିଖରୁ ନଭେମ୍ବର ୧୯ ଯାଏ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ କରାଯାଇଛି । ସକାଳ ୬ଟା ୩୦ରୁ ୭ଟା ୩୦ ଯାଏଁ ଶ୍ରୀଜିଉଙ୍କ ରାଧା-ମାଧବ ବେଶ ହେବ । ପ୍ରତିଦିନ ଗୋପାଳ ବଲ୍ଲଭ ଭୋଗରେ ଲାଗି ହେବ ବାଳଭୋଗ । ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପରେ କେବଳ କାଠଭୋଗ ଲାଗି ହେବ । ନଭେମ୍ବର ୭ ତାରିଖରେ ଅବକାଶ ପରେ ହେବ ହରିହର ବେଶ । ଶ୍ରୀମନ୍ଦିର ନଭେମ୍ବର ୪, ୧୬ ଓ ୧୯ ତାରିଖରେ ବନ୍ଦ ରହିବ ସାଧାରଣ ଦର୍ଶନ ।

ଅନ୍ୟପଟେ ନଭେମ୍ବର ୧୮ରୁ ଆରମ୍ଭ ହେବ ହେରିଟେଜ୍ କରିଡର କାମ । ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନିଷ୍ପତ୍ତି ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ