Masthead

ଶ୍ରୀମନ୍ଦିର ସେବାୟତ ପିନ୍ଧିବେ ଡ୍ରେସକୋଡ୍

ପୁରୀ(ବଡ଼ ଖବର ବ୍ୟୁରୋ): ସେବାୟତ ପିନ୍ଧିବେ ଡ୍ରେସ କୋଡ୍ । ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ଡ୍ରେସ କୋଡ ବ୍ୟବସ୍ଥା । ଗର୍ଭଗୃହ ଭିତରକୁ ଯାଉଥିବା ସେମାୟତଙ୍କ ପାଇଁ ଡ୍ରେସକୋଡ ବ୍ୟବସ୍ଥା ଲାଗୁ କରାଯିବ । ସେବାୟତଙ୍କ ପାଇଁ ଧୋତି ମୁକୁଟ କିମ୍ବା ଢିଲା ପାଇଜାମା ଡ୍ରେସ କୋଡ ଲାଗୁ ହେବ । ସୋମବାର ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ସେହିପରି ଅସନ୍ତା ୧୮ ତାରିଖରେ ଗୁରୁକୂଳ ଆଶ୍ରମର ଭୂମିପୂଜନ ହେବ । ଏଥିରେ ଯୋଗଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୧୯୦ କୋଟି ଟଙ୍କାର ବଜେଟ୍ ସମ୍ପର୍କରେ ମଧ୍ୟ ଅର୍ଥ ସବ୍ କମିଟିରେ ଆଲୋଚନା ହୋଇଛି । ଆସନ୍ତା ୧୬ ତାରିଖରୁ ନଭେମ୍ବର ୧୯ ଯାଏ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ କରାଯାଇଛି । ସକାଳ ୬ଟା ୩୦ରୁ ୭ଟା ୩୦ ଯାଏଁ ଶ୍ରୀଜିଉଙ୍କ ରାଧା-ମାଧବ ବେଶ ହେବ । ପ୍ରତିଦିନ ଗୋପାଳ ବଲ୍ଲଭ ଭୋଗରେ ଲାଗି ହେବ ବାଳଭୋଗ । ସକାଳ ଧୂପ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପରେ କେବଳ କାଠଭୋଗ ଲାଗି ହେବ । ନଭେମ୍ବର ୭ ତାରିଖରେ ଅବକାଶ ପରେ ହେବ ହରିହର ବେଶ । ଶ୍ରୀମନ୍ଦିର ନଭେମ୍ବର ୪, ୧୬ ଓ ୧୯ ତାରିଖରେ ବନ୍ଦ ରହିବ ସାଧାରଣ ଦର୍ଶନ ।

ଅନ୍ୟପଟେ ନଭେମ୍ବର ୧୮ରୁ ଆରମ୍ଭ ହେବ ହେରିଟେଜ୍ କରିଡର କାମ । ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନିଷ୍ପତ୍ତି ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ