Masthead

ଟିକାରେ ପଶିଲା ରାଜନୀତି ‘ଛୁଞ୍ଚି’

ନୂଆଦିଲ୍ଲୀ(ବଡ଼ ଖବର): ଦେଶରେ ଟିକାକରଣକୁ ମିଳିଛି ଗ୍ରୀନ ସିଗନାଲ । କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଛି ଡିସିଜିଆଇ ଅନୁମତି । କିଭଳି ଏହି ଟିକାର ବଣ୍ଟନ କରାଯାଇ ପାରିବ ଏନେଇ ଦେଶବ୍ୟାପୀ ମକ୍ ଡ୍ରିଲ ମଧ୍ୟ ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଟିକାରେ ପଶିଛି ରାଜନୀତିର ଛୁଞ୍ଚି!

ଦେଶରେ କୋଭାକ୍ସିନକୁ ଅନୁମୋଦନ ନେଇ ଜୋର ଧରିଛି ରାଜନୈତିକ ଟଣାଓଟରା । ବିରୋଧୀ ଦଳ ଗୁଡିକ ବିନା ପ୍ରକ୍ରିୟାରେ କେମିତି ଟିକାକୁ ଅନୁମୋଦନ କରାଗଲା ତାକୁନେଇ ପ୍ରଶ୍ନ ଉଠାଇଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଟିକା ନେବାକୁ ସିଧା ସିଧା ମନା କରିଦେଇଥିବା ବେଳେ ଏହାକୁ ବିଜେପିର ଟିକା ବୋଲି ସେ କହିଛନ୍ତି । ଦିଲ୍ଲୀରେ କିନ୍ତୁ ମାଗଣାରେ ଟିକାକରଣ କରାଯିବାକୁ ପ୍ରତିଶୃତି ଦେଇଛି ଆପ୍ । ସେପଟେ କଂଗ୍ରେସ ନେତାମାନେ କୋଭାକ୍ସିନର ଅନୁମୋଦନକୁ ନେଇ ଉଠାଇଛନ୍ତି ପ୍ରଶ୍ନ । କଂଗ୍ରେସ କୋଭାକ୍ସିନକୁ ଅନୁମୋଦନ ଦେବାବେଳେ କାହିଁକି ପ୍ରୋଟୋକଲ ପାଳନ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛି ।

ଅନ୍ୟପଟେ ଗୁଜବ ପ୍ରତି ଧ୍ୟାନ ନଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଶନିବାର ଦିନ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଦୁଇ ଦିନିଆ କୋଭିଡ -୧୯ ଟୀକାକରଣ ଡ୍ରାଏରନ ଚାଲିଥିଲା । ଟିକାକୁ ଅନୁମୋଦନ କରିବା ପାଇଁ ସମସ୍ତ ପ୍ରୋଟୋକଲଗୁଡିକ ପାଳନ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷ ବର୍ଦ୍ଧନ ନିଶ୍ଚିତ କରିବା ସହ ଟିକାକରଣର ନିରାପତ୍ତା ଏବଂ କାର୍ଯ୍ୟାକାରିତା ବିଷୟରେ ଗୁଜବକୁ ଏଡ଼ାଇବା ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

ଟିକାକୁ ନେଇ ଚାଲିଥିବା ରାଜନୈତିକ ବୟାନବାଜି ଭିତରେ ଟିକାକୁ ନେଇ ନିଜର ବିବୃତି ରଖିଛନ୍ତି ଭାରତ ବାୟୋଟେକ ଏମଡି କ୍ରିଷ୍ଣା ଏଲା । ସେ କହିଛନ୍ତି “ଟିକାକୁ ନେଇ କିଛି ଲୋକ ରାଜନୀତିକରଣ କରୁଛନ୍ତି, ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ ମୋ ପରିବାରର କେହିବି କୌଣସି ରାଜନୈତିକ ଦଳ ସହ ଜଡିତ ନୁହଁନ୍ତି। ତେଣୁ ଏଥିପାଇଁ ରାଜନୀତିର ଆବଶ୍ୟକତା ନାହିଁ” ବୋଲି ସେ କହିଛନ୍ତି । ଏଥିସହିତ
ଟିକା ତିଆରି କରିବାର ଆମର ଭଲ ଅଭିଜ୍ଞତା ଅଛି । ଆମେ ୧୨୩ ଦେଶ ପାଇଁ କାର୍ୟ୍ୟ କରୁଛୁ । ଏହିପରି ଅଭିଜ୍ଞତା ସହିତ ଆମେ ଏକମାତ୍ର କମ୍ପାନୀ । ତେଣୁ ଆମ ଟିକା ଉପରେ କୌଣସି ପ୍ରଶ୍ନ ଉଠାନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା