Masthead

ଲାଞ୍ଚ ନ ଦେବାରୁ ରମାମଣୀଙ୍କୁ ମିଳିଲାନି ଘର

ବାଙ୍ଗିରିପୋଷି (ବଡ଼ ଖବର ବ୍ୟୁରୋ): କୁଳିଅଣା ବ୍ଲକ କାଞ୍ଜିଆ ଗାଁର ରମାମଣୀ ସିଂ । ବୟସ ୭୦ ଛୁଇଁଲାଣି । ବାଡ଼ି ନ ଧରିଲେ ଚାଲିବା ଅସମ୍ଭବ । ଝିଅକୁ ବାହା କରିବା ପରେ ସାହାଭରସା ବୋଲି କେହି ନାହାନ୍ତି । ଭଙ୍ଗାଦଦରା ଘରେ ବିତୁଛି ରମାମଣୀଙ୍କ ଜୀବନ । ଅସରାଏ ବର୍ଷା ହେଲେ ଘର ଭିତରେ ଭରିଯାଉଛି ଆଣ୍ଠୁଏ ପାଣି । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ଲାଗି ସରକାରୀ ବାବୁମାନଙ୍କୁ ଗୁହାରି କରିଥିଲେ । ହେଲେ ହଜାରେ ଟଙ୍କା ଲାଞ୍ଚ ଦେଇ ନ ପାରିବାରୁ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହେଲେ ରମାମଣୀ ।

ପକ୍କାଘର ଖଣ୍ଡେ ଲାଗି ସରକାରୀ ବାବୁଙ୍କଠାରୁ ଆରମ୍ଭ କରି ସରପଞ୍ଚ ଏବଂ ବିଡିଓ ସମସ୍ତଙ୍କୁ କାକୁତିମିନତି ହୋଇ ଗୁହାରି କରିଥିଲେ ମଧ୍ୟ ତାଙ୍କ ଦୁଃଖ କେହି ଶୁଣିନାହାନ୍ତି । ହଜାରେ ଟଙ୍କା ଦେଲେ ଘର ମିଳିବ ବୋଲି କୁଜିନେତାମାନେ ତାଙ୍କୁ କହୁଛନ୍ତି । ଭତ୍ତା ଆଉ ଚାଉଳ ଯାହା ମିଳୁଛି ଚଳିବାକୁ ରମାମଣୀଙ୍କ ଲାଗି ନିଅଣ୍ଟ । ଆଉ ଟଙ୍କା କେଉଁଠୁ ଆଣିବେ ଯେ ଲାଞ୍ଚ ଦେବେ । ଘର ନ ମିଳିବାରୁ ଭାଗ୍ୟକୁ ଆଦରି ଭଙ୍ଗାଘରେ ପଡ଼ି ରହିଛନ୍ତି । ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନବାଚୀ । ମାଳ ମାଳ ଅବାସ ଯୋଜନା କାହା ପାଇଁ? ଲାଞ୍ଚ ନ ଦେଲେ କ’ଣ ମିଳିବନି ଘର?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ