Masthead

ଜାଲରେ ପଡିଲା ଅଢେଇ କ୍ୱିଣ୍ଟାଲର ବିରଳ ମାଛ

ପାରାଦ୍ୱୀପ(ବଡ଼ ଖବର ବ୍ୟୁରୋ):ଗଭୀର ସମୁଦ୍ରରେ ମାଛ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ପାଖାପାଖି ଦେଢଘଣ୍ଟାର ସଙ୍ଘର୍ଷ ପରେ ଜାଲରେ ପଡିଲା ପାଖାପାଖି ଅଢ଼େଇ କ୍ଵିଣ୍ଟାଲର ବିରଳ ମାଛ । ଯାହାକୁ ନେଇ ପାରାଦ୍ଵୀପ ଅଠରବାଙ୍କି ବାଲିପ୍ଲଟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ମାଛଟିର ଓଜନ ପାଖାପାଖି ଅଢ଼େଇ କ୍ଵିଣ୍ଟାଲ ହେବ ବୋଲି ଅନୁମାନ କରାଯାଉଥିବା ବେଳେ , ଏହାର ମୁହଁ ବାଦୁଡି ଭଳି ଦେଖାଯାଉଛି ଏବଂ ସାଙ୍କୁଚ ଭଳି ଛୋଟ ଲାଙ୍ଗୁଡ ମଧ୍ୟ ରହିଛି।

ଏହାକୁ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ଚିଲ ମାଛ କହୁଥିବା ବେଳେ କିଛି ଲୋକ ଏହାକୁ ଶଙ୍କର ଜାତୀୟ ଶାଙ୍କୁଚ ବୋଲି କହୁଛନ୍ତି। ଗତକାଲି ବାଲିପ୍ଲଟର ମା ଆଶିର୍ବାଦ ନାମକ ଯନ୍ତ୍ର ଚାଳିତ ଡଙ୍ଗା ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା। ମତ୍ସ୍ୟଜୀବୀମାନେ ସମୁଦ୍ରରେ ଜାଲ ପକାଇ ଟାଣିବା ସମୟରେ ଜାଲ ସହିତ ଡଙ୍ଗାକୁ ଘୋଷାରି ନେଇଥିଲା ମାଛଟି। ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିବା ସହିତ ପାଖରେ ମାଛ ଧରୁଥିବା ଅନ୍ୟ ଡଙ୍ଗାର ମତ୍ସ୍ୟଜୀବୀଙ୍କୁ ଡାକିଥିଲେ।

ଗଭୀର ସମୁଦ୍ରରେ ମାଛ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ ବେଶ୍ କିଛି ସମୟ ସଙ୍ଘର୍ଷ ପରେ ମାଛକୁ ଡଙ୍ଗାକୁ ଆଣିବାରେ ସକ୍ଷମ ହୋଇଥିଲେ ମତ୍ସ୍ୟଜୀବୀ। ଉକ୍ତ ମାଛକୁ ଓ୍ବେଷ୍ଟବେଙ୍ଗଲର ଦିଘା ପଠାଯାଇଥିବା ବେଳେ ମାଛର ପ୍ରକୃତ ମୂଲ୍ୟ ଜଣାପଡ଼ିନାହିଁ। ସେଠାରେ ଉକ୍ତ ମାଛର ନିଲାମ କରାଯିବା ପରେ ଏହାର ମୂଲ୍ୟ ଜଣାପଡିବ। ମାଛଟିର ପୁଟ୍ଟି ଓ ଲାଙ୍ଗୁଡ ଔଷଧ ତିଆରିରେ ବ୍ୟବହାର ହେବ ବୋଲି ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା