Masthead

ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଲେ ଯବାନ

ମାଲକାନଗିରି(ବଡ଼ ଖବର ବ୍ୟୁରୋ):   କ୍ୟାମ୍ପକୁ ଫେରିଲେ ଯବାନ । ଦୀର୍ଘ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଛନ୍ତି ଏସଓଜି ଓ ଡିଭିଏଫର ଯବାନ । ଅପରେସନ ବେଳେ ନିହତ ହୋଇଥିବା ୩ ନକ୍ସଲଙ୍କ ମୃତଦେହ ସହ ଜବତ ହୋଇଥିବା ବନ୍ଧୁକ ଏବଂ ଅନ୍ୟ ସାମଗ୍ରୀ ଧରି ଫେରିଛନ୍ତି ଯବାନ । ସୂଚନା ଅନୁଯାୟୀ ସକାଳ ୭ଟା ସମୟରେ ମାଲକାନାଗିରି ଜିଲ୍ଲା ତୁଳସୀ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ କାର୍ଯ୍ୟକଳାପ ଚାଲିଥିବା ଖବର ପାଇ ସେମାନେ ଅପରେସନ ଆରମ୍ଭ କରିଥିଲେ ।

ଏହି ଅପରେସନ ଏସଓଜି ଓ ଡିଭିଏଫ୍ ଯବାନ ଆରମ୍ଭ କରିଥିଲେ । ତୁଳସୀ ଜଙ୍ଗଲ ଭିତରେ ସେମାନଙ୍କ ସହ ନକ୍ସଲମାନଙ୍କ ମୁହାଁମୁହିଁ ହୋଇଥିଲା । ସେମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପରେ ନିହତ ହୋଇଥିବା ୩ ନକ୍ସଲଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାପଡିଛି । ସେମାନେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନରେ କାମ କରୁଥିଲେ । ଏହି ସର୍ଚ୍ଚ ଅପରେସନ ପରେ ଜଙ୍ଗଲରୁ ୨ଟି ବନ୍ଧୁକ ଜବତ ହୋଇଥିଲା । ସୂଚନା ଅନୁସାରେ ନକ୍ସଲ ଅପରେସନ ସମୀକ୍ଷା କରିବା ପାଇଁ ଆଜି ଡିଜି ପୋଲିସ ଅଭୟ ମାଲକାନାଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍, ୭ ମୃତ 🔴 ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨