Masthead

ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଲେ ଯବାନ

ମାଲକାନଗିରି(ବଡ଼ ଖବର ବ୍ୟୁରୋ):   କ୍ୟାମ୍ପକୁ ଫେରିଲେ ଯବାନ । ଦୀର୍ଘ ୧୮ ଘଣ୍ଟାର ସର୍ଚ୍ଚ ଅପରେସନ ପରେ କ୍ୟାମ୍ପକୁ ଫେରିଛନ୍ତି ଏସଓଜି ଓ ଡିଭିଏଫର ଯବାନ । ଅପରେସନ ବେଳେ ନିହତ ହୋଇଥିବା ୩ ନକ୍ସଲଙ୍କ ମୃତଦେହ ସହ ଜବତ ହୋଇଥିବା ବନ୍ଧୁକ ଏବଂ ଅନ୍ୟ ସାମଗ୍ରୀ ଧରି ଫେରିଛନ୍ତି ଯବାନ । ସୂଚନା ଅନୁଯାୟୀ ସକାଳ ୭ଟା ସମୟରେ ମାଲକାନାଗିରି ଜିଲ୍ଲା ତୁଳସୀ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ କାର୍ଯ୍ୟକଳାପ ଚାଲିଥିବା ଖବର ପାଇ ସେମାନେ ଅପରେସନ ଆରମ୍ଭ କରିଥିଲେ ।

ଏହି ଅପରେସନ ଏସଓଜି ଓ ଡିଭିଏଫ୍ ଯବାନ ଆରମ୍ଭ କରିଥିଲେ । ତୁଳସୀ ଜଙ୍ଗଲ ଭିତରେ ସେମାନଙ୍କ ସହ ନକ୍ସଲମାନଙ୍କ ମୁହାଁମୁହିଁ ହୋଇଥିଲା । ସେମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପରେ ନିହତ ହୋଇଥିବା ୩ ନକ୍ସଲଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଥିବା ଜଣାପଡିଛି । ସେମାନେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନରେ କାମ କରୁଥିଲେ । ଏହି ସର୍ଚ୍ଚ ଅପରେସନ ପରେ ଜଙ୍ଗଲରୁ ୨ଟି ବନ୍ଧୁକ ଜବତ ହୋଇଥିଲା । ସୂଚନା ଅନୁସାରେ ନକ୍ସଲ ଅପରେସନ ସମୀକ୍ଷା କରିବା ପାଇଁ ଆଜି ଡିଜି ପୋଲିସ ଅଭୟ ମାଲକାନାଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି