ସୌରଶକ୍ତିରେ ଗଡ଼ୁଛି ବାଇକ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ପେଟ୍ରୋଲ ଦର ବଢିଲେବି ଆଉ ଫରକ ପଡ଼ିବନି । ଲୋକଙ୍କ ପକେଟକୁ ବି ବାଧିବନି । କାରଣ ଏବେ ସୌର ଶକ୍ତିରେ ଗଡ଼ିବ ଗାଡ଼ି । ରାୟଗଡ଼ା ଉକ୍ରଳ ଗୌରବ ମଧୁସୁଦନ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ କମାଲ । ବଡ଼ୁଥିବା ପେଟ୍ରୋଲ ଡିଜେଲ ଦରକୁ ଦେଖି ତିଆରୀ କଲେ ସୋଲାର୍ ବାଇକ୍ । ଲକଡାଉନରେ ସମସ୍ତେ ଘରେ ବସି ସମୟ କଟାଉଥିବା ବେଳେ ସମୟରର ସଠିକ ଉପଯୋଗ କରି ସୋଲାର ବାଇକ ତିଆରୀ କରିଛନ୍ତି ଛାତ୍ରଛାତ୍ରୀ । ବାଇକରେ ଉପରେ ୪ଟି ସୋଲାର ପ୍ୟାନେଲ ଖଞ୍ଜିବାପରେ ଜକ୍ କଣ୍ଟ୍ରୋଲ ମାଧ୍ୟମରେ ୪ଟି ବ୍ୟଟେରୀକୁ ସଂଯୋଗ କରି ବାଇକ ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ ମାନେ । ଯେଉଁଥି ପାଇଁ ତାଙ୍କୁ ମାତ୍ର ୪୦ରୁ୪୫ ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଛି ।

ଏହା ଯେ ଖାଲି ପଇସା ବଞ୍ଚେଇବ ତାହା ନୁହେଁ ବରଂ ପ୍ରଦୂଷଣକୁ ମଧ୍ୟ କମ କରିବାରେ ସହାୟକ ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ କଲେଜ କତୃପକ୍ଷଙ୍କ ସହ ଅଞ୍ଚଳବାସୀ ଶଭେଚ୍ଛ ଜଣାଇଛନ୍ତି । ତେବେ ଏହି ସୋଲାର ବାଇକକୁ ସରକାର ପ୍ରୋତ୍ସାହନ ଯୋଗାଇଦେଲେ ଆଗମୀ ଦିନରେ ଏହା ଜନାଦୃତ୍ତ ହୋଇପାରିବ ବୋଲି ମତ ରଖିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ