Before Header

ଗ୍ୟାସ ଲିକରୁ ଅଗ୍ନିକାଣ୍ଡ

0 23

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ):  ଜଳିଗଲା ଘର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗପାଲି ପଞ୍ଚାୟତ ଡ଼ଙ୍ଗରିଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା । ନରେନ୍ଦ୍ର କୈବର୍ତ୍ତଙ୍କୁ ଉଜ୍ଜଳା ଯୋଜନାରେ ମିଳିଥିବା ଗ୍ୟାସକୁ ସଂଯୋଗ କରୁଥିବା ସମୟରେ ହଠାତ୍ ଗ୍ୟାସ ଲିକ ହୋଇ ନିଆଁ ଲାଗିଯାଇଥିଲା ।

ସଙ୍ଗେ ସଙ୍ଗେ ଘରସାରା ନିଆଁ ବ୍ୟାପି ଯାଇଥିଲା । ଘରେ ଥିବା ସମସ୍ତ ଆସବାପତ୍ର ସହ ୩ ବଖରା ଜଳି ପାଉଁଶ ହୋଇଯାଇଥିଲା । ପରେ କୋକସରା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା । କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପରିବାର ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.