Masthead

ପ୍ଲାଷ୍ଟିକ ଓ ମେକଅପ ନେଉଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ

ୱାଶିଂଟନ(ବଡ଼ ଖବର ବ୍ୟୁରୋ):    ପ୍ଲାଷ୍ଟିକ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଅନ୍ତୁ ସାବଧାନ । ପ୍ରତିଦିନ ଲୋକମାନେ ପ୍ଲାଷ୍ଟିକ ଓ ମେକଅପ ପରି ଜିନିଷ ବ୍ୟବହାର କରିଥାନ୍ତି । ହେଲେ ଏଥିରେ ବ୍ୟବହୃତ ହେଉଥିବା କେମିକାଲ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଏଥିରୁ ଲୋକମାନେ ଅଜଣା ଅଛନ୍ତି । ଏହି କେମିକାଲ ପାଇଁ ଆମେରିକାରେ ପ୍ରତିବର୍ଷ ପ୍ରାୟ ଲକ୍ଷେ ଲୋକଙ୍କ ଜୀବନ ଯାଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ବୟସ୍କ ବ୍ୟକ୍ତି ଥିବା ଜଣାପଡିଛି ।

ତେବେ ନ୍ୟୁୟର୍କର ବିଶ୍ୱବିଦ୍ୟାଳୟ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ହୋଇଥିବା ଗବେଷଣାରୁ ଜଣାପଡିଛି ଯେ, ଖେଳନା, ପୋଷାକ, ମେକଅପ ଓ ସାମ୍ପୁ ଭଳି ଶହ ଶହ ଦ୍ରବ୍ୟରେ ମିଳୁଥିବା ରାସାୟନିକ ପଦାର୍ଥ ହରମୋନ୍ ବ୍ୟାଘତକାରୀ ଭାବରେ ବେଶ ଜଣାଶୁଣା । ଏହା ମନ୍ୟୁଷର ଏଣ୍ଟ୍ରୋକ୍ରାଇନ ସିଷ୍ଟମକୁ ପ୍ରଭାବିତ କରିଥାଏ । ଏହି ସବୁ ପଦାର୍ଥ ବ୍ୟବହାର କରିବା ଦ୍ୱାରା ବିଷାକ୍ତ ପଦାର୍ଥ ଶରୀରକୁ ପ୍ରବେଶ କରିଥାଏ । ଯାହା ଦ୍ୱାରା ମୋଟାପଣ, ମଧୁମେହ ଓ ହୃଦରୋଗ ଭଳି ରୋଗ ହୋଇଥାଏ ।

ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରେ ୫୫ରୁ ୬୪ ବର୍ଷ ବୟସର ପ୍ରାୟ ୫୦୦୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କ ଶରୀରରେ ଉପରେ ରାସାୟିନିକ ପଦାର୍ଥଗୁଡିକର ପ୍ରଭାବ କଣ ରହୁଛି ତାକୁ ଯାଞ୍ଚ କରାଯାଇଥିଲା । ତେବେ ଏଥିରୁ ଜଣାପଡିଥିଲା ଯେ ଯେଉଁମାନଙ୍କର ପରିଶ୍ରାରେ ଫଥାଲେଟସ ଅଧିକ ରହିଛି, ସେମାନେ ହୃଦଜନିତ ସମସ୍ୟାରେ ପ୍ରାଣ ହରାଇଛନ୍ତି । ଅନେକଙ୍କ ମୃତ୍ୟୁର କାରଣ ସାଜୁଥିବା ରାସାୟିନିକ ପଦାର୍ଥର ବ୍ୟବହାର ଆମ ସମାଜରେ ବହୁଳ ମାତ୍ରାରେ କରାଯାଉଛି ।ଆମେରିକାବାସୀ ସବୁଦିନ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ, ମେକଅପ୍ ସାମଗ୍ରୀ ଓ ଖେଳନା ଆଦିର ବ୍ୟବହାର କରିଥାନ୍ତି । ଯାହା ଫଳରେ .ପ୍ରତିବର୍ଷ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା