ଝାରସୁଗୁଡ଼ାରେ ଦମ୍ ଦେଖାଇଲା ବିଜେଡି

ଝାରସୁଗୁଡ଼ା(ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଦେଖାଇଛି ଦମ୍ । ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ୪୮ହଜାରରୁ ଅଧିକ ଭୋଟରେ ବିଜୟୀ ହେବା ପରେ ବିଜେଡି ଶିବିରରେ ଲାଗି ରହିଛି ଉତ୍ସାହ । ସେପଟେ ନବ ନିର୍ବାଚିତ ବିଜେଡି ପ୍ରାର୍ଥୀ ଦୀପାଲି କହିଛନ୍ତି ଝାରସୁଗୁଡ଼ାର ପ୍ରଗତିକୁ ଆଉ କେହି ଅଟକାଇ ପାରିବେନି । ବିଜୟ ପରେ ନବ ନିର୍ବାଚିତ ବିଜେଡି ପ୍ରାର୍ଥୀ ଦୀପାଲି ଦାସ ବାପା ସ୍ୱର୍ଗତ ନବ ଦାସଙ୍କ ଆଶିଷ ଭିକ୍ଷା କରୁଛନ୍ତି । ଧୂପଦୀପ ଦେଇ ସ୍ମରଣ କରିଛନ୍ତି ସ୍ୱର୍ଗବାସୀ ବାପାଙ୍କୁ । ପରେ କହିଛନ୍ତି ପ୍ରଗତିପୁରଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଆସିଥିଲେ । ସାଧାରଣ ଲୋକମାନେ ତାଙ୍କୁ ଆଶୀର୍ବାଦ କରିଛନ୍ତି । ଝାରସୁଗୁଡ଼ାର ବିକାଶକୁ ଆଉ କେହି ଅଟକାଇ ପାରିବେନି । ତେବେ ସେ ବିଜୟର ଶ୍ରେୟ ତାଙ୍କ ବାପା ନବ ଦାସଙ୍କୁ ଦେଇଛନ୍ତି । ବିଜେଡି ଶିବିରରେ ଉତ୍ସାହର ମାହୋଲ । ଚାଲିଛି ନାଚ । ନାରାବାଜିରେ କମ୍ପୁଛି ଝାରସୁଗୁଡ଼ା । ଫୁଟୁଛି ବାଣ । କର୍ମୀଙ୍କ ଖୁସି କହିଲେ ନସରେ । ତାଙ୍କ ପ୍ରିୟ ନେତ୍ରୀ ବିଧାୟକଭାବେ ହୋଇଛନ୍ତି ନିର୍ବାଚନ । ଝାରସୁଗୁଡ଼ାର ହେବ ପ୍ରଗତି । ଏଭଳି ଅନେକ ଆଶା ରଖିଛନ୍ତି କର୍ମୀ । ଝାରସୁଗୁଡ଼ା ବିଜେଡି ଶିବିରରେ ଉତ୍ସାହ ଲାଗିରହିଥିବା ବେଳେ କଂଗ୍ରେସ ଓ ବିଜେପି ଶିବିରରେ ଖେଳିଯାଇଛି ନୈରାଶ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ