Masthead

ପୁଣି ଘୁଞ୍ଚିଲା ଆର୍ଯ୍ୟନଙ୍କ ଜାମିନ ଆବେଦନ ତାରିଖ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):   ମୁମ୍ବାଇ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳୁନି ଜାମିନ । ଜାମିନ ଆବେଦନ ପରେ ବି ଘୁଞ୍ଚି ଘୁଞ୍ଚି ଯାଉଛି ଜାମିନ ଆବେଦନର ତାରିଖ । ଆଜି ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ଶୁଣାଣି ପାଇଁ ବିଚାରପତି ପ୍ରସ୍ତୁତ ହେଉଥିବା ବେଳେ ଏନସିବି ଜାମିନ ଆବେଦନର ଶୁଣାଣିରେ ବିଳମ୍ବ କରୁଛି । ଏନସିବିର ଜବାବ କରିବା ପରେ ଏହାକୁ ଆର୍ଯ୍ୟନଙ୍କ ଓକିଲଙ୍କୁ ଦିଆଯାଇଥିଲା । କିନ୍ତୁ ଶୁଣାଣି ବେଳେ ଏନସିବି ପକ୍ଷରୁ କେହି କୋର୍ଟ ରୁମରେ ଉପସ୍ଥିତ ନଥିଲେ । ତେଣୁ ମଧ୍ୟାହ୍ନ ୨.୪୫ ଯାଏ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ସେପଟେ ଆର୍ଯ୍ୟନଙ୍କ ଓକିଲ ସତୀଷ ମାନସିନ୍ଦେ କହିଛନ୍ତି, ଆମେ ଏନସିବିର ଜବାବ ପାଇଛୁ । ହେଲେ ଶୁଣାଣି ବେଳେ କେହି ଉପସ୍ଥିତ ନଥିବାରୁ ଏହାକୁ ମଧ୍ୟାନ ୨.୪୫ ଯାଏ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ତେବେ ଏନସିବିର ଉପରେ ଏବେ ପ୍ରଶ୍ନ ଉଠିଛି । କୁହାଯାଇଛି ଯେ, ସଂସ୍ଥା ଜାଣିଶୁଣି ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି ତାରିଖ ଘୁଞ୍ଚାଇ ଦେଇଛି । ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଏନସିବି କହିଛି ଯେ, ଯଦିଓ ଆର୍ଯ୍ୟନ ଖାନଙ୍କ ଠାରୁ କୌଣସି ନିଶାଦ୍ରବ୍ୟ ଜବତ ହୋଇନାହିଁ କିନ୍ତୁ ଅଭିଯୁକ୍ତଙ୍କ ଭଳି ସେ ମଧ୍ୟ ପୁରା ନିଶାଦ୍ରବ୍ୟ କାରବାରରେ ସାମିଲ ଥିଲେ । ଆର୍ଯ୍ୟନଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟଙ୍କ ଠାରୁ ଡ୍ରଗ୍ସ ଜବତ ହୋଇଥିଲା । ତେବେ ଅରବାଜ ହିଁ ଆର୍ଯ୍ୟନଙ୍କୁ ଡ୍ରଗ୍ସ ଆଣି ଦିଅନ୍ତି ବୋଲି ଏନସିବି ଖୁଲାସା କରିଥିଲା ।

ସପେଟେ ଏ ସମସ୍ତ ଘଟଣା ସହ ବିଦେଶରେ ଥିବା ଲୋକଙ୍କ ସହ ଲିଙ୍କ ରହିଥିବା ଆଶଙ୍କା କରାଯାଉଛି । ତେବେ ଏହାର ତଦନ୍ତ ମଧ୍ୟ ଚଳାଇଛି ଏନସିବି । ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି ପୂର୍ବରୁ ମୁମ୍ବାଇ ସିଭିଲ ସିଟି ଓ ସେସନ୍ସ କୋର୍ଟରେ ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଢଡଲାନି ଓ ତାଙ୍କ ବଡିଗାର୍ଡ ରାଜୁ ପହଞ୍ଚିଥିଲେ । ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଏନସିବି ଆର୍ଯ୍ୟନ ଖାନ ଙ୍କୁ ଗିରଫ କରିଥିଲା । ଆର୍ଯ୍ୟନଙ୍କ ସହ ଅନ୍ୟ ୮ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ଏନସିବି । ଏହା ସହ ଏନସିବି ଆର୍ଯ୍ୟନଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ୧୪ ଦିନିଆ ରିମାଣ୍ଡରେ ପଠାଇଥିଲା । ଏବେ ଆର୍ଯ୍ୟନଙ୍କୁ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍ ଜେଲରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼