Masthead

ଆଜି ଭାରତ-ନେପାଳ ମୁକାବିଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ପଞ୍ଚମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ପ୍ରଥମ ଥର ପାଇଁ ଭାରତକୁ ଭେଟିବ ନେପାଳ ।  ଏହି ମ୍ୟାଚ୍‌ ଭାରତ ପାଇଁ ଜିତିବା ଅତ୍ୟନ୍ତ ଜରୁରୀ ହୋଇଯାଇଛି। ପାକିସ୍ତାନ ବିପକ୍ଷ ବାତିଲ ମ୍ୟାଚ୍‌ରୁ ଭାରତ ମାତ୍ର ଗୋଟିଏ ପଏଣ୍ଟ ପାଇଥିବାରୁ ଏହି ମ୍ୟାଚ୍ ରୋହିତ ଶର୍ମାଙ୍କ ଦଳ ପାଇଁ କର ବା ମର ଭଳି ହୋଇଛି। ପୂର୍ବ ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ବର୍ଷା ବାଧକ ସାଜିବାର ଆଶଙ୍କା ଅଛି । ଯଦି ମ୍ୟାଚ ଧୋଇଯାଏ ତେବେ ଭାରତ ପାଇଁ ସୁପର-୪ରେ ପ୍ରବେଶ କରିବା କଷ୍ଟକର ହୋଇଯିବ ।

ପାକିସ୍ତାନ ବିପକ୍ଷରେ ଭାରତର ଶୀର୍ଷକ୍ରମ ବିଫଳ ‌ହୋଇଥିବାରୁ ଏହି ମ୍ୟାଚ୍‌ରେ ସେମାନଙ୍କୁ ଆତ୍ମବିଶ୍ବାସ ପାଇଁ ବ୍ୟାଟିଂ ସୁଯୋଗର ଆବଶ୍ୟକତା ରହିଛି। ଏପରିକି ଭାରତୀୟ ବୋଲର ଅଦ୍ୟାବଧି ଗୋଟିଏ ବି ବଲ୍‌ ବୋଲିଂର ସୁଯୋଗ ପାଇନଥିବାରୁ ସେମାନେ ମଧ୍ୟ ମ୍ୟାଚ୍‌ ପ୍ରାକ୍ଟିସ୍‌ ସହ ସୁପର୍‌ ଫୋର୍‌ ଯିବା ଆଶା ରଖିଛନ୍ତି। ପାକିସ୍ତାନ ନିଜର ଗ୍ରୁପ୍‌ ଅଭିଯାନ ଶେଷ କରି ସୁପର-୪ପହଞ୍ଚିସାରିଛି। ପ୍ରଥମ ମ୍ୟାଚ୍‌‌ରେ ବାବର ଆଜମଙ୍କ ଦଳ ନେପାଳକୁ ୨୩୮ ରନ୍‌ରେ ପରାସ୍ତ କରିଥିଲା। ଆଜି ବିଜୟ ଖାତା ଖୋଲିବାକୁ ପ୍ରୟାସ କରି ନେପାଳ । ଅପରାହ୍ନ ୩ଟାରେ କାଣ୍ଡି ପାଲ୍ଲେକାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ