Masthead

କୋଲକାତା ଦୁର୍ଗାପୂଜା

କୋଲକାତା(ବଡ଼ ଖବର ବ୍ୟୁରୋ):   ଧରା ପୃଷ୍ଠକୁ ଅବତରଣ କରିଛନ୍ତି ଜଗଜ୍ଜନନୀ ମା ଦୁର୍ଗା । ଏ ନେଇ ଚଳଞ୍ଚଳ ପୁରପଲ୍ଲୀ । ଏହି ଅବସରରେ କଲିକତା ସହର ଚଳଚଞ୍ଚଳ ହୋଇ ଉଠିଛି । କଲିକତା ଦୁର୍ଗାପୂଜା କେବଳ ଦେଶ ନୁହେଁ ବାହାରେ ବି ପ୍ରସିଦ୍ଧି ଲାଭ କରିଛି । ବିଶେଷ କରି ଦକ୍ଷିଣ କଲିକତାରେ ୬୬ ପଲ୍ଲୀ ଦୁର୍ଗା ପୂଜାକୁ ନେଇ ଚର୍ଚ୍ଚା ବେଶ ଜୋର ଧରେ । ଆଉ ଏହି ସମୟରେ ଲୋକଙ୍କ ଗହଳି ମଧ୍ୟ ବେଶ ଜମେ । ଯେମିତି କଲିକତା ବାସୀ ଚାହିଁ ରହିଥାନ୍ତି ଦୁର୍ଗାପୂଜାକୁ ।ଏହାର ଏକ ବିଶେଷ୍ୱତ ରହିଛି ।

ଭାରତରେ ଏହା ହେଉଛି ପ୍ରଥମ ଦୁର୍ଗାପୂଜା ମଣ୍ଡପ ଯେଉଁଠି ମହିଳା ପୁରୋହିତ ମାନେ ଦୁର୍ଗା ପୂଜା କରିଆସୁଛନ୍ତି । ଏଠି ମାଙ୍କ ପୂଜା ମହିଳାମାନେ କରନ୍ତି । ଏହାରି ଭିତରେ ମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଓ ସପ୍ତମୀ ପୂଜା ପରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ମାଙ୍କ ପୂଜା ହେଉଛି । ତେବେ ଚଳିତ ବର୍ଷ ତୃତୀୟ ଲହରକୁ ଦୃଷ୍ଟିରେ ରଖି କଲିକତା ସହରରେ କଡା କଟକଣା ଜାରି ହୋଇଛି । ଭକ୍ତମାନଙ୍କୁ ମାଙ୍କ ଦର୍ଶନ ପାଇଁ ଅନୁମତି ଥିବାବେଳେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉଛନ୍ତି ଆୟୋଜନ କମିଟି । ପ୍ରଥମେ ଜୀବନ ବଞ୍ଚିବା ଉପରେ ଗୁରୁତ୍ୱ ଦେଇ ଏଭଳି ନିଷ୍ପତି ନେଇଛନ୍ତି ଆୟୋଜନ କମିଟି । ତେବେ କଲିକତା ସହରରେ ହଜାର ହଜାର ସଂଖ୍ୟାରେ ପୂଜା ମଣ୍ଡପ ହେଉଥିବା ବେଳେ ଅଧିକ ମଣ୍ଡପ ବଙ୍ଗାଳି ମାନେ ହିଁ ପ୍ରସ୍ତୁତ କରିଥାନ୍ତି । ସାଧାରଣ ଗାଁ ଚାଲିଚଳନକୁ ନେଇ ସଜ୍ଜା ଯାଇଛି ମଣ୍ଡପ । ଏଠି ମହିଳାମାନଙ୍କୁ ପୂଜା ଦାୟିତ୍ୱ ଦେବାର ବି ଏକ ବିଶେଷ କାରଣ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ