Masthead

ଓମଫେଡରେ ମହାଘୋଟାଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓମଫେଡରେ ମହାଘୋଟାଲା । ଗୋଟିଏ କି ଦୁଇ କୋଟିର ନୁହେଁ ଏକାଥରକେ ୨୦୭ କୋଟିର ଘୋଟଲା ହୋଇଛି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ଆସିଥିବା କୋଟି କୋଟି ଟଙ୍କା ଚଳୁ କରିଛନ୍ତି ସରକାରୀ ବାବୁ । ଏନେଇ ଲୋକାୟୁକ୍ତରେ ମାମଲା ରୁଜୁ ହୋଇଥିବା ବେଳେ ମାମାଲ ସେଠାରେ ପଡ଼ିରହିଛି । କେନ୍ଦ୍ରୀୟ ଯୋଜନାରେ ଆସିଥିବା ଏହି ଟଙ୍କା ଚାଷୀଙ୍କୁ ଦେବା ପରିବର୍ତ୍ତେ ସରକାରୀ ବାବୁଙ୍କ ପକେଟକୁ ଯାଇଛି । ଯାହାର ପ୍ରମାଣ ଗୋଟି ଗୋଟି କରି ବଡ଼ଖବର ହାତରେ ଲାଗିଛି । କୃଷକଙ୍କ ଅନଲାଇନ ପେମେଣ୍ଟ ବ୍ୟବସ୍ଥାରେ ଟଙ୍କା ନଦେଇ ଅଫିସ କାର୍ଯ୍ୟରେ ଟଙ୍କା ଉଡାଇ ଦେଇଛି ଓମଫେଡ୍ ।

ଓଡ଼ିଶା ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ନାରେ ଏଭଳି ଦୁର୍ନୀତିର ପ୍ରମାଣ ବଡ଼ ଖବର ହାତରେ ଲାଗିଛି । ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଏ ଅଡିଟ ରିପୋର୍ଟ । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ୬୩ଟି ବିଭିନ୍ନ ଯୋଜନାରେ ଆସିଥିଲା ୨୦୭ କୋଟି ୪୪ ଲକ୍ଷ ୮୧ ହଜାର ୪୮୬ ଟଙ୍କା । ତେବେ ସମସ୍ତେ କାମ ଠିକ୍ ସମୟରେ ସରୁନଥିବା ବେଳେ ଆସିଥିବା ଟଙ୍କା ହେରଫେର ହୋଇଛି । ଅଡିଟରେ ଏହା ଧରାପଡ଼ିବା ପରେ ଏଥିରୁ ୩୦ କୋଟି ୬୫ ଲକ୍ଷ ଟଙ୍କା ସଂପୃକ୍ତ ଅଧିକାରୀଙ୍କ ପାଖରୁ ଆଦାୟ ପାଇଁ ସୁପାରିଶ ହୋଇଛି । ଏହି ଅନିୟମିତାର ମାଷ୍ଟର ମାଇଣ୍ଡ କିଏ ତାହା ମଧ୍ୟ ଏହି ଅଡିଟ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ପ୍ରୋଜେକ୍ଟ ଡିଭିଜନ ମୁଖ୍ୟ ଜେବି ମହାପାତ୍ର ଏବଂ ଡିଜିଏମ ଫାଇନାନ୍ସ ଏସ ସି ଆଲତିଆ । ୧କୋଟି ୨୬ ଲକ୍ଷ ଟଙ୍କାଙ୍କୁ ୬ ସରକାରୀ ବାବୁ ଚଳୁକରିଛନ୍ତି ।

୨୦୧୩ରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଓମଫେଡ୍କୁ ଆସିଥିଲା ୫ କୋଟି ୫୬ ଲକ୍ଷ ଟଙ୍କା । ଏହି ଟଙ୍କା ଅନଲାଇନ ମାଧ୍ୟମରେ କୃଷକଙ୍କ ପେମେଣ୍ଟ କରାଯିବ । ଏହି ସମୟରେ ଏମସି ଥିଲେ ସଞ୍ଜୀବ ମିଶ୍ର । ଓମଫ୍ଡେରେ ଇପିଆର ସିଷ୍ଟମ ଏକ ସଫ୍ଟୱେର ବ୍ୟବହାର ପାଇଁ ଟେଣ୍ଡର ଡକାଗଲା । ୧୫ କମ୍ପାନୀ ଭାଗ ନେଇଥିଲେ । ପରେ ମଧୂସୁଧନ ପାଢୀ ସିଏମଡି ହେବା ପରେ ଓଏସିସ କମ୍ପାନୀ ରୁ ଏହିୀ ଟେଣ୍ଡର ଦିଆଯାଇଥିଲା । ପୂର୍ବରୁ ହୋଇଥିବା ଟେଣ୍ଡରରେ ଓଏସିସ କମ୍ପାନୀ ପ୍ରତ୍ୟାକ୍ଷାନ ହୋଇଥିଲା ।

କାମ ଆରମ୍ଭ ପରେ ୫ କୋଟି ୫୬ ଲକ୍ଷରୁ ୧ କୋଟି ୨୬ ଲକ୍ଷ ଖର୍ଚ୍ଚ ହୋଇଥିଲା । ତେବେ ଏହାକୁ ବେଆଇନ ଦର୍ଶାଇ ନିଜେ ଭରଣା କରିବାକୁ ତତକାଳୀନ ମୁଖ୍ୟ ଶାସନ ସଚିବ ଚାଗିଦ କରିଥିଲେ । ବିଶାଲ ଗଗନ ଓମଫେଡ ଏମଡି ହେବା ପରେ ୧ କୋଟି ୨୬ ଲକ୍ଷରେ ବ୍ୟାପକ ଅନିୟମିତା ହୋଇଥିବା ନେଇ ଏଥିପାଇଁ ଦାୟୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ୬ ଅଧିକୀରୀଙ୍କ ବିରୋଧରେ ପ୍ରୋସିଡିଙ୍ଗ ହୋଇଥିଲା । ତେବେ ଟଙ୍କା ଫେରିଲା ନାହିଁ କି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ୨୦୨୦ରେ ମାମଲା ଲୋକାୟୁକ୍ତରେ ପହଞ୍ଚିଥିଲା । ତେବେ ଏପର୍ଯ୍ୟନ୍ତ ତଦନ୍ତ ଚାଲୁ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି