Masthead

୧.୪ କୋଟି ପିଲା ନେବେ ଟିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ୨-୧୮ବର୍ଗରେ ୧.୪ କୋଟି ପିଲା ରହିଛନ୍ତି। ୧୮ବର୍ଷରୁ ଅଧିକ ୩.୯ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେ‌ବେ ପିଲାଙ୍କ ପାଇଁ କେନ୍ଦ୍ରର ଗାଇଡଲାଇନ୍ ଓ ଟିକାର ଉପଲବ୍ଧତାକୁ ବିଚାରକୁ ନେଇ ଟିକାକରଣ ପ୍ଲାନିଂ କରାଯିବ। ସୂଚନା ଅନୁସାରେ,୨ରୁ ୧୮ବର୍ଷ ବୟସର ‘କୋଭାକ୍ସିନ୍’ ଟିକା ପ୍ରଦାନ ଲାଗି କେନ୍ଦ୍ରୀୟ ବିଶେଷଜ୍ଞ କମିଟି ଅନୁମୋଦନ ଦେଇଛନ୍ତି । ଖୁବଶୀଘ୍ର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିପାରନ୍ତି। ପିଲାଙ୍କ ପାଇଁ କରୋନା ଟିକାକୁ ଅନୁମୋଦନ ପରେ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି।

ରାଜ୍ୟରେ ୨-୧୮ବର୍ଗରେ ୧.୪ କୋଟିରୁ ଅଧିକ ପିଲା ରହିଛନ୍ତି। ଗାଇଡଲାଇନ୍‌ ଆସିବା ପରେ ରାଜ୍ୟରେ ଟିକାକରଣ ଆରମ୍ଭ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ କହିଛନ୍ତି, କେନ୍ଦ୍ରୀୟ ଟାସ୍କଫୋର୍ସର ରିପୋର୍ଟ ଅନୁଯାୟୀ ଡିସିଜିଆଇ ଟିକାକୁ ଅନୁମୋଦନ କରିବେ। କେନ୍ଦ୍ରର ଗାଇଡଲାଇନ୍ ଆସିବା ପରେ ରାଜ୍ୟକୁ ପ୍ରତି ମାସରେ କେତେ ଟିକା ଆବଣ୍ଟିତ ହେବ ତାହା ସ୍ପଷ୍ଟ ହୋଇପାରିବ। ରାଜ୍ୟରେ ଟିକା ଦେବା ଲାଗି ଭ୍ୟାକ୍ସିନେଟରଙ୍କ ଅଭାବ ନାହିଁ। ଯେହେତୁ ପୂର୍ବରୁ ଶିଶୁମାନଙ୍କୁ ଡିପିଟି ଓ ପୋଲିଓ ଟିକା ଦିଆଯାଉଥିଲା, ତେଣୁ ରାଜ୍ୟରେ ପିଲାଙ୍କ ଟିକାକରଣରେ କୌଣସି ସମସ୍ୟା ହେବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା