Masthead

ଆର୍ୟନଙ୍କୁ ଜେଲ ନା ବେଲ!

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି। ତେବେ ତାଙ୍କୁ ଜାମିନ ମିଳିବ କି ନାହିଁ ସମସ୍ତଙ୍କ ନଜର । କୋର୍ଟ ତାଙ୍କ ଶୁଣାଣିକୁ ନେଇ ସ୍ଥଗିତ ରଖା ଯାଇଥିଲା । ଏବେ ଆର୍ୟନ ଖାନ୍ ଏବଂ ଅରବାଜ୍ ମର୍ଚାଣ୍ଟଙ୍କ ଜାମିନ ଆବେଦନ ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ଅର୍ଥାତ୍‌ ଆଜି ପାଇଁ ସ୍ଥିର କରାଯାଇଛି। ଆଜି ଏହାର ଉତ୍ତର ପ୍ରଥମେ ଏନସିବି ଜାମିନରେ ଦାଖଲ କରାଯିବ, ଯାହା ପରେ ଆର୍ୟନ ଖାନଙ୍କୁ ଜାମିନ ପ୍ରଦାନ କରାଯିବ କି ନାହିଁ ତାହା କୋର୍ଟ ସ୍ଥିର କରିବେ।

ସେପଟେ ଆର୍ୟ୍ୟନଙ୍କ ଓକିଲ ସତୀଷ ମାନସିନ୍ଦେ କହିଛନ୍ତି, ଆମେ ଏନସିବିର ଜବାବ ପାଇଛୁ । ହେଲେ ଶୁଣାଣି ବେଳେ କେହି ଉପସ୍ଥିତ ନଥିବାରୁ ଏହାକୁ ମଧ୍ୟାନ ୨.୪୫ ଯାଏ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ତେବେ ଏନସିବିର ଉପରେ ଏବେ ପ୍ରଶ୍ନ ଉଠିଛି । କୁହାଯାଇଛି ଯେ, ସଂସ୍ଥା ଜାଣିଶୁଣି ଆର୍ୟ୍ୟନଙ୍କ ଜାମିନ ଆବେଦନ ଶୁଣାଣି ତାରିଖ ଘୁଞ୍ଚାଇ ଦେଇଛି । ଆର୍ୟ୍ୟନଙ୍କ ଜାମିନ ଆବେଦନ ଉପରେ ଏନସିବି କହିଛି ଯେ, ଯଦିଓ ଆର୍ୟ୍ୟନ ଖାନଙ୍କ ଠାରୁ କୌଣସି ନିଶାଦ୍ରବ୍ୟ ଜବତ ହୋଇନାହିଁ କିନ୍ତୁ ଅଭିଯୁକ୍ତଙ୍କ ଭଳି ସେ ମଧ୍ୟ ପୁରା ନିଶାଦ୍ରବ୍ୟ କାରବାରରେ ସାମିଲ ଥିଲେ । ଆର୍ୟ୍ୟନଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟଙ୍କ ଠାରୁ ଡ୍ରଗ୍ସ ଜବତ ହୋଇଥିଲା । ତେବେ ଅରବାଜ ହିଁ ଆର୍ୟ୍ୟନଙ୍କୁ ଡ୍ରଗ୍ସ ଆଣି ଦିଅନ୍ତି ବୋଲି ଏନସିବି ଖୁଲାସା କରିଥିଲା ।

ସପେଟେ ଏ ସମସ୍ତ ଘଟଣା ସହ ବିଦେଶରେ ଥିବା ଲୋକଙ୍କ ସହ ଲିଙ୍କ ରହିଥିବା ଆଶଙ୍କା କରାଯାଉଛି । ତେବେ ଏହାର ତଦନ୍ତ ମଧ୍ୟ ଚଳାଇଛି ଏନସିବି । ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି ପୂର୍ବରୁ ମୁମ୍ବାଇ ସିଭିଲ ସିଟି ଓ ସେସନ୍ସ କୋର୍ଟରେ ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଢଡଲାନି ଓ ତାଙ୍କ ବଡିଗାର୍ଡ ରାଜୁ ପହଞ୍ଚିଥିଲେ । ଅକ୍ଟୋବର ୨ ତାରିଖରେ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଅଭିଯୋଗରେ ଏନସିବି ଆର୍ୟନ ଖାନ ଙ୍କୁ ଗିରଫ କରିଥିଲା । ଆର୍ୟନଙ୍କ ସହ ଅନ୍ୟ ୮ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ଏନସିବି । ଏହା ସହ ଏନସିବି ଆର୍ୟନଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ୧୪ ଦିନିଆ ରିମାଣ୍ଡରେ ପଠାଇଥିଲା । ଏବେ ଆର୍ୟନଙ୍କୁ ମୁମ୍ବାଇ ସ୍ଥିତ ଆର୍ଥର ରୋଡ୍ ଜେଲରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି