Masthead

ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଏବେ ଲଢେଇ ଆରମ୍ଭ ହୋଇଯାଇଛି । ଭେଙ୍କାୟଙ୍କ ଗସ୍ତକୁ ନେଇ ଚାଇନା ଏବେ ଆପତ୍ତି ଉଠାଇଛି । ଯାହାର କଡା ଜବାବ ଦେଇଛି ଭାରତ । ଚାଇନାକୁ ଜବାବ ଦେଇ ବୈଦଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତର ଅନ୍ୟ ରାଜ୍ୟଗୁଡିକ ପରି ଭାରତୀୟ ନେତାମାନେ ଅରୁଣାଚଳକୁ ନିୟମିତ ଗସ୍ତ କରୁଛନ୍ତି । ଅରୁଣାଚଳ ପ୍ରଦେଶ ଭାରତର ଗୋଟିଏ ରାଜ୍ୟ । ତେଣୁ ଭାରତୀୟମାନେ ଏଠାକୁ ଯାଇପାରିବେ । ଏଥିରେ ବିରୋଧ କରିବାର କିଛି କଥା ନାହିଁ ।

ତେବେ ଚାଇନା ଅଯଥା କଥାକୁ ଛାଡି ଲଦାଖ ଏଲଏସିରେ କେମିତି ଶାନ୍ତି ଫେରବ ସେବିଷୟରେ ଚିନ୍ତା କରିବା ଉଚିତ । ଅଯଥା ପ୍ରସଙ୍ଗକୁ ଭିତ୍ତି କରି ଚାଇନା ବିବାଦ ସୃଷ୍ଟି କରିବାକୁ ଚେଷ୍ଟା ନକରୁ । ଏ ନେଇ ବୈଦଶିକ ମନ୍ତ୍ରାଳୟର ମୁଖପାତ୍ର ଅରବିନ୍ଦ ବାଗଚୀ କହିଛନ୍ତି । ସେପଟେ ନାଇଡୁ ଅରଣାଚଳ ଗସ୍ତ କରିଥିବାରୁ ଏହାକୁ ଚାଇନା ବିରୋଧ କରିଥିଲା । ଚାଇନାର ବୈଦଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ସୀମାନ୍ତକୁ ନେଇ ଚାଇନାର ଆଭିମୁଖ୍ୟ ସବୁବେଳେ ସ୍ତିର ରହିଛି । ଭାରତ ଏହାକୁ ବେଆଇନ ଭାବେ ଦଖଲ କରିଛି ବୋଲି ଚାଇନା କହିଛି । ଭାରତ ଦୁଇ ଦେଶର ସୀମାନ୍ତରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଚିତ ପଦକ୍ଷେପ ନେବା ଦରକାର । ଏହା ସହ ସୀମାର ବିକାଶ ପାଇଁ ଚାଇନା-ଭାରତ ସମ୍ପର୍କକୁ ଫେରାଇ ଆଣିବାକୁ ନୂଆଦିଲ୍ଲୀ ଚେଷ୍ଟା କରୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ