Masthead

ବିଏସଏଫର କ୍ଷେତ୍ରାଧିକାର କ୍ଷମତା ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ; ଚନ୍ନି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :    କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ବିଏସଏଫର କ୍ଷେତ୍ରାଧିକାର ଅଞ୍ଚଳର ପରିସୀମାକୁ ବୃଦ୍ଧି କରିଛନ୍ତି । ଭାରତ, ପାକିସ୍ତାନ ଓ ବାଂଲାଦେଶ ସୀମାକୁ ଲାଗିଥିବା ପଞ୍ଜାବ, ଆସାମ ଓ ପଶ୍ଚିମବଙ୍ଗରେ ବିଏସଏଫକୁ ପୂର୍ବ ତୁଳନାରେ ଏବେ ଅଧିକ କ୍ଷମତା ମିଳିଛି । ସୂଚନା ଅନୁଯାୟୀ ୩ଟି ରାଜ୍ୟର ସୀମାନ୍ତରୁ ୫୦ କିମି ପରିଧି ମଧ୍ୟରେ ବିଏସଏଫ ଯବାନମାନେ ନିଜ ଇଚ୍ଛା ମୁତାବକ ସର୍ଚ୍ଚ ଅପରେସନ, ଗିରଫ ଆଦି କରିପାରିବେ । ଏ ନେଇ ଏବେ କାହାର ଅନୁମତି ନେବାକୁ ପଡିବନି ।

ସୀମାନ୍ତରେ ଡ୍ରୋନ ସାହାର୍ଯ୍ୟରେ ଅସ୍ତ୍ରଶସ୍ତ୍ର ଚାଲଣା ହେବା ଯୋଗୁ ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତି ନିଆଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି । ସେପଟେ ଏହି ନିଷ୍ପତିକୁ ବିରୋଧ କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ସେ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସେ ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କହିଛନ୍ତି । ସେପଟେ ମନ୍ତ୍ରାଳୟ କହିଛି ଯେ, ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ସୀମାନ୍ତରେ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା କାର୍ଯ୍ୟକଳାପକୁ ଶେଷ କରିବାକୁ ଏପରି ନିଷ୍ପତି ନିଆଯାଇଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏହା ଗୋଟିଏ ରାଜନୀତିକ ସମ୍ବେଦନଶୀଳ ପଦକ୍ଷେପ । ସେ ଆହୁରି କହିଛନ୍ତି ବିଏସଏଫର ମୁଖ୍ୟ କାମ ହେଲା ସୀମାକୁ ଜଗିବା ଓ ଅନୁପ୍ରବେଶକାରୀଙ୍କୁ ରୋକିବା । ହେଲେ ସେମାନେ ସୀମାକୁ ସୁରକ୍ଷା ଦେବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ଯାହାକି ସ୍ପଷ୍ଟ ହୋଇଛି । ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ବିଜ୍ଞପ୍ତି ଅନୁସାରେ, ବିଏସଏଫ ଅଫିସରମାନେ ଆସାମ, ବେଙ୍ଗଲ ଓ ପଞ୍ଜାବରେ ନିଜ ଇଚ୍ଛାରେ ଗିରଫଦାରୀ କରିପାରିବେ । ସେମାନେ ସର୍ଚ୍ଚ ଅପରେସନ ମଧ୍ୟ ଯେକୌଣସି ସମୟରେ କରିପାରିବେ ।

ସୂଚନା ଅନୁଯାୟୀ ଗୁଜୁରାଟରେ ବିଏସଏଫର କ୍ଷେତ୍ରାଧିକାର ଅଞ୍ଚଳ କ୍ଷମତାକୁ ୮୦ କିମିରୁ ୫୦ କିମିକୁ ହ୍ରାସ କରାଯାଇଛି । ପୂର୍ବପରି ରାଜସ୍ଥାନରେ ବିଏସଏଫର କ୍ଷମତା ୫୦ କିମି ମଧ୍ୟରେ ରହିଛି । ମେଘାଳୟ, ନାଗାଲ୍ୟାଣ୍ଡ, ମିଜୋରାମ, ତ୍ରିପୁରା, ମଣିପୁର ଲଦାଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏସଏଫ ଆଗରେ କେହି ବାଧକ ସାଜି ନାହାଁନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!