Masthead

ବିଏସଏଫର କ୍ଷେତ୍ରାଧିକାର କ୍ଷମତା ବୃଦ୍ଧିକୁ ପ୍ରତ୍ୟାହାର କରାଯାଉ; ଚନ୍ନି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) :    କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ବିଏସଏଫର କ୍ଷେତ୍ରାଧିକାର ଅଞ୍ଚଳର ପରିସୀମାକୁ ବୃଦ୍ଧି କରିଛନ୍ତି । ଭାରତ, ପାକିସ୍ତାନ ଓ ବାଂଲାଦେଶ ସୀମାକୁ ଲାଗିଥିବା ପଞ୍ଜାବ, ଆସାମ ଓ ପଶ୍ଚିମବଙ୍ଗରେ ବିଏସଏଫକୁ ପୂର୍ବ ତୁଳନାରେ ଏବେ ଅଧିକ କ୍ଷମତା ମିଳିଛି । ସୂଚନା ଅନୁଯାୟୀ ୩ଟି ରାଜ୍ୟର ସୀମାନ୍ତରୁ ୫୦ କିମି ପରିଧି ମଧ୍ୟରେ ବିଏସଏଫ ଯବାନମାନେ ନିଜ ଇଚ୍ଛା ମୁତାବକ ସର୍ଚ୍ଚ ଅପରେସନ, ଗିରଫ ଆଦି କରିପାରିବେ । ଏ ନେଇ ଏବେ କାହାର ଅନୁମତି ନେବାକୁ ପଡିବନି ।

ସୀମାନ୍ତରେ ଡ୍ରୋନ ସାହାର୍ଯ୍ୟରେ ଅସ୍ତ୍ରଶସ୍ତ୍ର ଚାଲଣା ହେବା ଯୋଗୁ ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତି ନିଆଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି । ସେପଟେ ଏହି ନିଷ୍ପତିକୁ ବିରୋଧ କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି । ସେ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସେ ତୁରନ୍ତ ଏହି ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କହିଛନ୍ତି । ସେପଟେ ମନ୍ତ୍ରାଳୟ କହିଛି ଯେ, ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ସୀମାନ୍ତରେ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା କାର୍ଯ୍ୟକଳାପକୁ ଶେଷ କରିବାକୁ ଏପରି ନିଷ୍ପତି ନିଆଯାଇଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏହା ଗୋଟିଏ ରାଜନୀତିକ ସମ୍ବେଦନଶୀଳ ପଦକ୍ଷେପ । ସେ ଆହୁରି କହିଛନ୍ତି ବିଏସଏଫର ମୁଖ୍ୟ କାମ ହେଲା ସୀମାକୁ ଜଗିବା ଓ ଅନୁପ୍ରବେଶକାରୀଙ୍କୁ ରୋକିବା । ହେଲେ ସେମାନେ ସୀମାକୁ ସୁରକ୍ଷା ଦେବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ଯାହାକି ସ୍ପଷ୍ଟ ହୋଇଛି । ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ବିଜ୍ଞପ୍ତି ଅନୁସାରେ, ବିଏସଏଫ ଅଫିସରମାନେ ଆସାମ, ବେଙ୍ଗଲ ଓ ପଞ୍ଜାବରେ ନିଜ ଇଚ୍ଛାରେ ଗିରଫଦାରୀ କରିପାରିବେ । ସେମାନେ ସର୍ଚ୍ଚ ଅପରେସନ ମଧ୍ୟ ଯେକୌଣସି ସମୟରେ କରିପାରିବେ ।

ସୂଚନା ଅନୁଯାୟୀ ଗୁଜୁରାଟରେ ବିଏସଏଫର କ୍ଷେତ୍ରାଧିକାର ଅଞ୍ଚଳ କ୍ଷମତାକୁ ୮୦ କିମିରୁ ୫୦ କିମିକୁ ହ୍ରାସ କରାଯାଇଛି । ପୂର୍ବପରି ରାଜସ୍ଥାନରେ ବିଏସଏଫର କ୍ଷମତା ୫୦ କିମି ମଧ୍ୟରେ ରହିଛି । ମେଘାଳୟ, ନାଗାଲ୍ୟାଣ୍ଡ, ମିଜୋରାମ, ତ୍ରିପୁରା, ମଣିପୁର ଲଦାଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏସଏଫ ଆଗରେ କେହି ବାଧକ ସାଜି ନାହାଁନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି