Masthead

ବିଜୟା ଦଶମୀ, ଅପରାଜିତା ବେଶରେ ଦର୍ଶନ ଦେଉଛନ୍ତି ମା’

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଆଜି ବିଜୟା ଦଶମୀ । ସବୁଠି ଉତ୍ସବର ମାହୋଲ । ପାରମ୍ପାରିକ ରୀତିନୀତିରେ ହେଉଛି ମା’ ଙ୍କ ପୂଜାର୍ଚ୍ଚନା । କିନ୍ତୁ କରୋନା କଟକଣା ପାଇଁ ଦର୍ଶନରୁ ବଞ୍ଚିତ ରହୁଛନ୍ତି ଭକ୍ତ । ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟ ଅର୍ଜନର ଦିବସ ହେଉଛି ବିଜୟା ଦଶମୀ । ନବାଦିନାତ୍ମକ ପୂଜାର ଅନ୍ତିମ ପର୍ଯ୍ୟାୟ । ପୀଠେ ହେଉ କି ମଣ୍ଡପେ ସବୁଠି ପବିତ୍ର ବିଜୟା ଦଶମୀ ବ୍ୟାପକ ପ୍ରସ୍ତୁତି ।

ପୂଜା କମିଟି ତରଫରୁ ସୋସିଆଲ ମିଡିଆରେ ଦର୍ଶନ କରୁଛନ୍ତି ମା’ଙ୍କୁ । ଘଣ୍ଟ, ଘଣ୍ଟା ଶଙ୍ଖ ଓ ଧ୍ୱନି ରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ମା’ ଆଜି ଅପରାଜିତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ବିଜୟାଦଶମୀରେ ଅପରାଜିତା ବେଶ ରେ ମା’ଙ୍କୁ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ଶ୍ରଦ୍ଧାଳୁଙ୍କର ବିଶ୍ୱାସ ରହିଛି । କିନ୍ତୁ ପରଦା ଆଢୁଆଳରେ ପୂଜା ପାଉଛନ୍ତି ମା’ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ