Masthead

ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଶା ପାଇଁ ବଡ ରେଲୱେ ଭେଟି । ଭେଟି ଦେଲେ କେନ୍ଦ୍ର ସରକାର । ୪୧ଟି ପ୍ରମୁଖ ସେତୁ ଓ ୧୬୯ଟି କ୍ଷୁଦ୍ର ସେତୁ ନିର୍ମାଣ ହେବ । ୨ଟି ମେଗା ସେତୁ ନିର୍ମାଣ ହେବା ନେଇ କ୍ୟାବିନେଟ ମଂଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହା ମଧ୍ୟରେ ଓଡ଼ିଶାର ଦୁଇଟି ମୁଖ୍ୟ ରେଳ ଲାଇନ ବହୁମୁଖୀକରଣ (ମଲ୍ଟି-ଟ୍ରାକିଂ) ପ୍ରକଳ୍ପ ରହିଛି ୭୫ କିଲୋମିଟର ଦୀର୍ଘ ଭଦ୍ରକ-ହରିଦାସପୁର ଚତୁର୍ଥ ଲାଇନ ଏବଂ ୭୨ କିଲୋମିଟର ଦୀର୍ଘ କଟକ-ପାରାଦୀପ (ବଡ଼ବନ୍ଧ) ତୃତୀୟ ଓ ଚତୁର୍ଥ ଲାଇନ।

କ୍ୟାବିନେଟ ଅନୁମୋଦନ କରିଥିବା ଅନ୍ୟ ଦୁଇଟି ପ୍ରକଳ୍ପ ହେଲା ପଶ୍ଚିମବଙ୍ଗ ଓ ଓଡ଼ିଶାକୁ ଯୋଡ଼ୁଥିବା ୧୭୩ କିଲୋମିଟର ଦୀର୍ଘ ଖଡ଼ଗପୁର-ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ ଏବଂ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମଧ୍ୟରେ ୯୦ କିଲୋମିଟର ଦୀର୍ଘ ଗୁମ୍ମିଡିପୁଣ୍ଡି-ଗୁଡୁର ତୃତୀୟ ଓ ଚତୁର୍ଥ ଲାଇନ। ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ବିସ୍ତୃତ ଏହି ୪ଟି ପ୍ରକଳ୍ପ ଦ୍ୱାରା ଭାରତୀୟ ରେଳ ନେଟୱାର୍କରେ ପ୍ରାୟ ୪୧୦ କିଲୋମିଟର ନୂଆ ଲାଇନ ଯୋଡ଼ିହେବ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ରେଳ ଲାଇନ୍ର କ୍ଷମତା ବୃଦ୍ଧି କରିବା, ଭିଡ଼ କମ କରିବା ଏବଂ ଯାତ୍ରୀ ଓ ମାଲ ପରିବହନ ସେବାକୁ ଅଧିକ ସୁଗମ କରିବା।

ଅଶ୍ବିନୀ କହିଲେ, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ୮ଟି ଜିଲ୍ଲାକୁ ସାମିଲ କରୁଥିବା ଏହି ୪ଟି ପ୍ରକଳ୍ପ ପ୍ରାୟ ୬,୪୪୮ଟି ଗାଁର ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବ, ଯାହାର ଜନସଂଖ୍ୟା ପ୍ରାୟ ୬୦ ଲକ୍ଷ। ପ୍ରସ୍ତାବିତ ପ୍ରକଳ୍ପ କୁଲଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ମା’ ଭଦ୍ରକାଳୀ ମନ୍ଦିର, ମା’ ଧାମରାଇ ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର, ତାଳସାରୀ-ଉଦୟପୁର ଏବଂ ଚାନ୍ଦିପୁର ବେଳାଭୂମି, ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର, ଶାରଳା ମନ୍ଦିର, ଧବଳେଶ୍ବର ମନ୍ଦିର, ଲଳିତଗିରି (ବୌଦ୍ଧ ପୀଠ) ଆଦି ଦେଶର କେତେକ ପ୍ରମୁଖ ପର୍ୟ୍ୟଟନସ୍ଥଳକୁ ରେଳ ଯୋଗାଯୋଗରେ ସୁଧାର ଆଣିବ।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କୋଇଲା, ଲୁହାପଥର, ସିମେଣ୍ଟ, ଲୁହା ଓ ଇସ୍ପାତ, କଣ୍ଟେନର, ଅଟୋମୋବାଇଲ, ଖାଦ୍ୟଶସ୍ୟ ଭଳି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ରୁଟ୍ ଅଟେ। ଏହି କ୍ଷମତା ବୃଦ୍ଧି ଫଳରେ ବାର୍ଷିକ ୭୬ ମିଲିୟନ୍ ଟନ୍ ଅତିରିକ୍ତ ମାଲ ପରିବହନ ହୋଇପାରିବ। ରେଳବାଇ ପରିବେଶ ଅନୁକୂଳ ଏବଂ ଶକ୍ତି ସଂରକ୍ଷଣକାରୀ ପରିବହନ ମାଧ୍ୟମ ହୋଇଥିବାରୁ, ଏହା ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ଏବଂ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ, ତୈଳ ଆମଦାନୀ (୧୩ କୋଟି ଲିଟର) କମାଇବ। ଅଙ୍ଗାରକାମ୍ଳ ନିର୍ଗମନ (୬୫ କୋଟି କିଗ୍ରା) ହ୍ରାସ କରିବାରେ ସାହାଯ୍ୟ କରିବ, ଯାହା ୨.୬୦ କୋଟି ଗଛ ଲଗାଇବା ସହିତ ସମାନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା