Masthead

ଦୁର୍ଗାପୂଜାରେ ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଛଡାଯିବନି: ଶେଖ ହାସିନା

ଢାକା(ବଡ଼ ଖବର ବ୍ୟୁରୋ):   ମନ୍ଦିର ଭାଙ୍ଗିବା ଓ ଦୁର୍ଗାପୂଜାରେ ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ କଡା ଚେତାବନୀ ଦେଇଛନ୍ତି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା । ଏଭଳି ହିଂସାକାଣ୍ଡ ଘଟାଉଥିବା ଲୋକମାନଙ୍କୁ ଖୋଜି ବାହାର କରାଯିବ । ଆଉ ତାଙ୍କୁ କଠୋର ଦଣ୍ଡ ଦିଆଯିବ । ଏ ନେଇ ବାଂଲାଦେଶ ସରକାର ପ୍ରତିଶୃତି ଦେଇଛନ୍ତି ।

ସୂଚନା ଅନୁଯାୟୀ ଦୁର୍ଗାପୂଜା ଉତ୍ସବ ବେଳ ଦୁର୍ଗା ପେଣ୍ଡାଲ ଉପରେ କିଛି ଦୃର୍ବୁତ୍ତ ଆକ୍ରମଣ କରିଥିଲେ । ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିବା ସହ ପ୍ରବଳ ହିଂସା ହୋଇଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ହାସିନ ୨୨ଟି ଜିଲ୍ଲାରେ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ କରିଛନ୍ତି । ଭାରତରେ ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ସୂଚନା ଅନୁଯାୟୀ ଗତ ବୁଧବାର ବାଂଲାଦେଶର ଚଣ୍ଡିପୁରର ହାଜିଗଞ୍ଜ ଉପଜିଲ୍ଲାରେ ଦୁର୍ଗା ପୂଜା ଉତ୍ସବରେ ଆରମ୍ଭ ହୋଇଥିବା ସାମ୍ପ୍ରଦାୟକ ହିଂସାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି । ଖବର ଅନୁଯାୟୀ, ଫେସବୁକ ପୋଷ୍ଟରେ କୁରାନକୁ ଅପମାନିତ ହେତୁ ହିଂସା ଆରମ୍ଭ ହୋଇଥିଲା । ଏବଂ ଅନେକ ଦୁର୍ଗାପୂଜା ପଣ୍ଡାଲରେ ଭଙ୍ଗାରୁଜା କରିଥିଲେ ।

ଆଜି ଢାକାରେ ଥିବା ଢାକେଶ୍ୱରୀ ଜାତୀୟ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ଆଉ ସେଠାରେ ସେ କହିଥିଲେ ଯେ, କୋମିଲ୍ଲାରେ ଘଟିଥିବା ଘଟଣା ଉପରେ ତୁରନ୍ତ ତଦନ୍ତ କରାଯିବ । କାହାକୁ ବି ଛାଡା ଯିବନି । ସେମାନେ ଯେଉଁଧର୍ମର ଲୋକ ହୋଇଥିଲେ ବି ସମସ୍ତଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆମେ ଏହି ଘଟଣାର ଅନେକ ପ୍ରମାଣ ହାସଲ କରିଛୁ । ତୁରନ୍ତ ଏ ନେଇ ପଦକ୍ଷପ ନିଆଯିବ ବୋଲି ହାସିନା ପ୍ରତିଶୃତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା