Masthead

ଟିକା ନେବାକୁ କହିବାରୁ ଡାକ୍ତରଙ୍କୁ ସାପ ଦେଖାଇଲେ ମହିଳା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟିକା ନେବାକୁ କହିବାରୁ ଡାକ୍ତରଙ୍କୁ ସାପ ଦେଖାଇଲେ ମହିଳା। ଯେତେବେଳେ କରୋନା ମହାମାରୀରେ ଶହଶହ ଲୋକଙ୍କ ଜୀବନ ଯାଉଛି। ଏହାକୁ  ରୋକିବାକୁ ସରକାର ମାଗଣାରେ ଟିକାକରଣ ପ୍ରକ୍ରିୟା ଜାରି ରଖିଛନ୍ତି। ସେତିକି ବେଳେ ଏପରି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। କିଛି ଲୋକ ଟିକା ନନେବା ପାଇଁ ମନା କରିଛନ୍ତି । ସେମାନଙ୍କୁ ଟିକା ନେବାକୁ କହିବାରୁ ଡାକ୍ତରୀ ଦଳକୁ  ସାପ ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି। ରାଜସ୍ଥାନର ଅଜମେର ଜିଲ୍ଲାରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଲୋକଙ୍କୁ କରୋନା ଟୀକାକରଣ ପାଇଁ ମେଡିକାଲ ବିଭାଗ ଦ୍ୱାରା ଏକ ଅଭିଯାନ କରାଯାଇଥିଲା ସେଠାରେ । ଡାକ୍ତାରୀ ଟିମ୍ ଘର ଘର ବୁଲି ଲୋକଙ୍କୁ ଟୀକାକରଣ କରାଉଥିଲେ। ଯେତେବେଳେ ଡାକ୍ତରୀ ବିଭାଗର ଟିମ୍ ଉକ୍ତ ଜିଲ୍ଲାର ପିସଙ୍ଗାନ ସବଡିଭିଜନ୍ ଅଞ୍ଚଳର ନାଗେଲାଭ ଗ୍ରାମର ଏକ ବସ୍ତିରେ ପହଞ୍ଚିଥିଲେ, ସେତେବେଳେ ଜଣେ ମହିଳା ଟିକା ନେବାକୁ ମନା କରିବା ସହ ଡାକ୍ତରୀ ଟିମକୁ  ସାପ ଦେଖାଇ ଭୟଭୀତ କରିଥିଲେ।

ଡାକ୍ତରୀ ଟିମଙ୍କ କହିବା ଅନୁସାରେ,ରାଜସ୍ଥାନର ଅଜମେର ଜିଲ୍ଲାରେ ଟୀକାକରଣର ୧୦୦ ପ୍ରତିଶତ ହାସଲ କରିବା ଲକ୍ଷ୍ୟରେ ଟୀକାକରଣ ଅଭିଯାନ ଚାଲିଥିଲା। ତେବେ ଏପରି ଘଟଣା ଘଟିବା ପରେ ନାଗେଲାଭ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ସେଠାରେ ଯାଇ ପହଞ୍ଚିଥିଲେ। ମହିଳାଙ୍କୁ ବହୁ ବୁଝାସୁଝା ପରେ ମହିଳା ଜଣକ ଟିକା ନେବାକୁ ରାଜି ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ