Masthead

ମନମୋହନ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମନ୍ତ୍ରୀ

ରାଞ୍ଚି(ବଡ଼ ଖବର ବ୍ୟୁରୋ): ଏଭଳି ହେଡଲାଇନ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଆମେ ଜାଣିଛେ ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଅସୁସ୍ଥ ଅଛନ୍ତି । ଦିଲ୍ଲୀ ଏମସରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମଧ୍ୟ ଶୁଣିବାକୁ ମିଳୁଛି । ଆମେ ମଧ୍ୟ ମନମୋହନ ସିଂଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ। କିନ୍ତୁ ଏଭଳି କାମ କରିଛନ୍ତି ଝାଡ଼ଖଣ୍ଡର ଜଣେ ବିଧାୟକ ଓ ମନ୍ତ୍ରୀ।  ଝାଡ଼ଖଣ୍ଡର କ୍ରୀଡ଼ାମନ୍ତ୍ରୀ ହସନ ଅନସାରୀ ମନମୋହନ ସିଂଙ୍କୁ ଜୀବନ୍ତ ଅବସ୍ଥାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅନସାରୀଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଏକ ସଭାକୁ ସମ୍ବୋଧିତ କରି ମନମୋହନ ସିଂଙ୍କୁ ମୃତ ଦର୍ଶାଇଛନ୍ତି । କେବଳ ଏତିକି ନୁହେଁ ତାଙ୍କ ପାଇଁ ୧ ମିନିଟର ନିରବ ପ୍ରାର୍ଥନା ମଧ୍ୟ କରିଛନ୍ତି ।

ତେବେ ଏହାର ଗୋଟିଏ ଦିନ ପରେ ଅନସାରି ଅନ୍ୟ ଏକ ଭିଡିଓ ଜାରି କରି ଏ ବାବଦରେ କ୍ଷମା ମଗିଛନ୍ତି । ମନ୍ତ୍ରୀ ଦେବଘରରେ ପଟବାବାଦର ଧମନା ନିକଟରେ ଶୁକ୍ରବାର ଡଃ ଏପିଜେ ଅବଦୁଲ କଲାମଙ୍କ ଛକର ଉଦଘାଟନ କରିଛନ୍ତି। ହେଲେ ଲୋକଙ୍କୁ ସମ୍ବୋଧିତ କରିବା ସମୟରେ ତାଙ୍କ ପାଟି ଖସି ଯାଇଥିଲା ବୋଲି ସେ କହିଛନ୍ତି । ସେହି ଭିଡିଓରେ ସେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଆଜି ପରଲୋକ ଘଟିଛି। ଦେଶର ବିକାଶରେ ତାଙ୍କର ୫୦ ପ୍ରତିଶତ ଯୋଗଦାନ ରହିଛି। ମନମୋହନ ସିଂହ ଦେଶକୁ ୫୦ ବର୍ଷ ଆଗକୁ ନେଇଥିଲେ। ମାତ୍ର ମୋଦୀ ଜୀ ଦେଶକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି। ହେଲେ ମନମୋହନ ଆଜି ଆମ ଗହଣରେ ନାହାନ୍ତି। ଆମେ ତାଙ୍କ ପାଇଁ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରିବା।

ଏହାର ଭିଡିଓ ଭାଇରାଲ୍ ହେବା ପରେ ମନ୍ତ୍ରୀଙ୍କୁ ଖୁବ ଲୋକହସା ହେବାକୁ ପଡିଛି। ଏହା ପରେ ମନ୍ତ୍ରୀ ଅନସାରୀ ସାମାଜିକ ଗଣମାଧ୍ୟମ ଜରିଆରେ ସଫେଇ ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ଏଥିପାଇଁ କ୍ଷମା ମାଗୁଛି। ତାଙ୍କ ଶୀଘ୍ର ସୁସ୍ଥତାର କାମନା କରୁଛି। ସାମାଜିକ ଗଣମାଧ୍ୟମରେ ଗୁଜବ ଖବର କାରଣରୁ ଏମିତି ଘଟିଛି। ମନମୋହନ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା