ଯାଜପୁରରେ ଅନ୍ନଦାତାଙ୍କୁ ଆକ୍ରମଣ

ଯାଜପୁର (ବଡ଼ ଖବର ବ୍ୟୁରୋ): ଚାଷ ଅଛି ଯାହାର କେଡେ ସୁଖ ତାହାର । ଏ କଥାଟି ଆଜି ଭୂଲ ବୋଲି ପ୍ରମାଣିତ ହୋଇଛି । ଗୋଟିଏ ବ୍ୟାଙ୍କର ସିକ୍ୟୁରିଟି ଚାଷୀକୁ ମାଡ଼ ମାରି ଲହୁଲୁହାଣ କରିବା ସହ ମୁଣ୍ଡ ଫଟାଇ ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ସହରରେ ଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ । ଯାଜପୁର ବ୍ଲକ ଶିମିଳିଆ ଗ୍ରାମର ଚାଷୀ ରାଜକିଶୋର ନାୟକ ଚାଷ ବୀମା ଅର୍ଥ ରାଶି ପାଇଁ ଯାଜପୁର ସହରରେ ଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଶୁକ୍ରବାର ଆସିଥିଲେ । ରାଜକିଶୋରଙ୍କ ସହ ଶିମିଳିଆ ଗ୍ରାମ ସମେତ ବ୍ଲକର ଅନ୍ୟାନ୍ୟ ଗ୍ରାମରୁ ଚାଷୀମାନେ ଚାଷ ବୀମା ଅର୍ଥ ରାଶି ପାଇଁ ଆସି ବ୍ୟାଙ୍କ ସମୁଖରେ ଦୀର୍ଘ ଘଣ୍ଟା ଅପେକ୍ଷା କରିଥିଲେ । କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଅର୍ଥ ରାଶି ପ୍ରଦାନ ପାଇଁ କୌଣସି ସୂଚନା ଦେଇନଥିଲେ । ଦୀର୍ଘ ସମୟ ଅପେକ୍ଷା କରିବାପରେ ଚାଷୀ ରାଜକିଶୋର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଭେଟିବା ପାଇଁ ବ୍ୟାଙ୍କର ନିରାପତ୍ତାରଖିଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ନିରାପତ୍ତାରଖି ଭେଟିବା ପାଇଁ ଛାଡିବା ପରିବର୍ତ୍ତେ ଚାଷୀ ରାଜକିଶୋରଙ୍କୁ ଧକ୍କା ମାରିଥିଲା ।

ଚାଷୀ ଏହାର ପ୍ରତିବାଦ କରିବାରୁ ନିରାପତ୍ତାରଖି ଚାଷୀକୁ ଆକ୍ରମଣ କରି ଲହୁଲୁହାଣ କରି ମୁଣ୍ଡ ଫଟାଇ ଦେଇ ଚାଷୀକୁ ନେଇ ଟାଣି ଟାଣି ନେଇ ବ୍ୟାଙ୍କ ଭିତରେ ପୁରାଇ ଦେଇଥିଲେ । ଏହି ଘଟଣାକୁ ନେଇ ବ୍ୟାଙ୍କ ସମୁଖରେ ଅପେକ୍ଷା କରି ରହିଥିବା ଚାଷୀମାନେ ତୀବ୍ର ପ୍ରତିକ୍ରିୟା କରିବା ସହ ଚାପା ଉତ୍ତେଜନା ଦେଖାଦେଇଥିଲା । ଦୀର୍ଘ ସମୟ ପରେ ନିରାପତ୍ତାରଖି ବ୍ୟାଙ୍କ ସମ୍ମୁଖକୁ ଆସି ରାଜକିଶୋର ସମେତ ଅପେକ୍ଷା କରି ରହିଥିବା ଚାଷୀ ମାନଙ୍କୁ ଭୁଲ ମାଗିବା ପରେ ଘଟଣାର ସମାଧାନ ହୋଇଥିଲା । କିନ୍ତୁ ଚାଷୀର ମୁଣ୍ଡ ଫାଟି ଆହତ ହୋଇ ଥିଲେ ହେଁ ପାଖରେ ଥିବା ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇନଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରାଯାଇ ଯାଜପୁର ଥାନାରେ ନିରାପତ୍ତାରଖି ନାମରେ ଅଭିଯୋଗ ଗ୍ରହଣ କରାଯିବା ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ