Masthead

ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ସାଧାରଣ ଲୋକଙ୍କୁ ହତ୍ୟା କରି ନିଜର ଉପସ୍ଥିତି ଜାହିର କରି ଚାଲିଛନ୍ତି । ଅସ୍ଥିରତା ସୃଷ୍ଟି କରିବା ଲକ୍ଷରେ ଆଜି ଜାମ୍ମୁକାଶ୍ମୀରରେ ଦୁଇଜଣ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ବିହାରର ଗୁପଚୁପ ବିକାଳି ହୋଇଥିବାବେଳେ ଅନ୍ୟ ଜଣ ଉତ୍ତର ପ୍ରଦେଶର କାର୍ପେଣ୍ଟର ହୋଇଥିବା ନେଇ କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛନ୍ତି ।

ବିଳମ୍ବିତ ରାତିରେ ସାଗିରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଅରବିନ୍ଦ କୁମାରଙ୍କ ମୃତ୍ୟୁ ଘଟିଛି। ବିହାରର ବାସିନ୍ଦା ଅରବିନ୍ଦ ଦୀର୍ଘ ଦିନ ଧରି ଶ୍ରୀନଗରରେ ଗୁପଚୁପ ବିକ୍ରି କରୁଥିଲେ। ସେହିଭଳି ୟୁପିର ସାଗର ପୁଲୱାମାର ଏକ ସିମିମିଲରେ କାର୍ପେଣ୍ଟର ଭାବରେ କାର୍ୟ୍ୟରତ ଥିଲେ ।

ସୂଚନା ଅନୁସାରେ ବିହାରୀ ଗୁପଚୁପ ବିକାଳୀ ଅରବିନ୍ଦ କୁମାରଙ୍କୁ ଶ୍ରୀନଗରେର ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରି ହତ୍ୟା କରାଯାଇଥିବାବେଳେ ୟୁପିର କାର୍ପେଣ୍ଟରସାଗିର ଅହମ୍ମଦଙ୍କୁ ପୁଲଓ୍ୱାମାରେ ଗୁଳି କରାଯାଇଛି । ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇ ତନାଘନା ଜାରି ରଖାଯାଇଛି । ଆଜିକୁ ମିଶାଇ ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଦ୍ୱାରା ମୋଟ ୯ ଜଣସାଧାରଣଙ୍କ ହତ୍ୟା କରାଯାଇଛି ।

ପୋଲିସ କହିବା ଅନୁସାରେ, ପ୍ରବାସୀ ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ସହିତ ରେଡ ଆଲର୍ଟ ଜାରି କରାଯାଇଛି । ସହରରେ ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଘଟଣାକୁ ନେଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ