କେରଳରେ ଭୂସ୍ଖଳନ, ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ଥିରୁଅନନ୍ତପୁରମ (ବଡ଼ ଖବର ବ୍ୟୁରୋ): କେରଳରେ ପ୍ରବଳ ବର୍ଷା ଜାରି ରହିଛି । ଚାରିପଟେ ହା ହା କାର ସ୍ଥିତି । ସ୍ଥିତି ଏଭଳି ଯେ, ଅନେକ ଜିଲ୍ଲା ବର୍ତ୍ତମାନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ପାଣି ଜମିବା ଯୋଗୁ ସହର ଜଳମଗ୍ନ ହେବାରେ ଲାଗିଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଇଡୁକି ଏବଂ କୋଟ୍ଟାୟାମ୍ ଜିଲ୍ଲା । ଇଡୁକିରେ ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ଆହୁରି ବଢିବା ନେଇ ଆଶଙ୍କା ରହିଛି ।

ଏବେ ମଧ୍ୟ ଅନେକ ଜଣ ନିଖୋଜ ରହିଛନ୍ତି । ଇଡୁକି ସହ ୱାଇନାଡ଼ା, ତ୍ରିସୁର, ପାଲକ୍କଡ୍ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ପରିସ୍ଥିତି ବିଗୁଡ଼ୁଥିବାରୁ ଉଦ୍ଧାରକାର୍ଯ୍ୟରେ ୧୧ ଏନଡିଆରଏଫ ଟିମ୍, ବାୟୁସେନାର ହେଲିକପ୍ଟର, ନୌସେନାବାହିନୀ ନିୟୋଜିତ ହୋଇଛନ୍ତି । ପ୍ରବଳ ବର୍ଷା ଆଲର୍ଟ ପରେ କେରଳ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।

ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପରାମର୍ଶ ଦେଇଛନ୍ତି । ବର୍ଷା ବଢୁଥିବା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଲାଗିରହିଛି । ଏ ଚିତ୍ର ଉପରେ ବି ନଜର ପକାନ୍ତୁ ଏନଡିଆରଏଫ ଟିମ୍ କେଉଁଭଳି ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ଗୋଟିଏ ପରେ ଲଗାତର ବର୍ଷା, ଅନ୍ୟପଟେ ଭୂସ୍ଫଖଳନ କେରଳବାସୀଙ୍କ ଦୁର୍ଦ୍ଦଶା ବଢାଇ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ