Before Header

ମାହାଙ୍ଗା ମର୍ଡର ମିଷ୍ଟ୍ରି: ଶରତ ଓ ଅନୁପମ ଗିରଫ

0 50

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାହାଙ୍ଗା ନାବାଳିକା ମର୍ଡର ମିଷ୍ଟ୍ରି । ଗିରଫ ହେଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ପିଇଟି ଶିକ୍ଷକ ଅନୁପମ ରାୟ । ଉଭୟଙ୍କୁ ଗିରଫ କରିଛି ମାହାଙ୍ଗା ପୋଲିସ । ଗିରଫ ନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା । ଅତ୍ମହତ୍ୟା ପାଇଁ ପରିସ୍ଥିତି ଶୃଷ୍ଟି କରିବା ନେଇ ଅନୁପମ ଓ ଆତ୍ମହତ୍ୟା ପରେ ପ୍ରମାଣ ନଷ୍ଟ କରିବା ନେଇ ଶରତ ନାୟକଙ୍କୁ ଗିରଫ କରିଛି ପୋଲିସ ।

ଶରତଙ୍କ ସହ ପିଇଟି ଶିକ୍ଷକଙ୍କ ମାଆଙ୍କ କଥାବାର୍ତ୍ତାର ହେବାର ଅଡିଓ ଭାଇରାଲ ହେବା ପରେ ହଇଚଇ ଶୃଷ୍ଟି ହୋଇଥିଲା । ଭାଇରାଲ ଫୋନ କଲରେ ଅନୁପମଙ୍କ ମାଆକୁ ୭୦ ହଜାର ଦେବାକୁ କହିଥିଲେ ଶରତ । ମାମଲାର ରଫାଦଫା କରିବା ପଇଁ ପୋଲିସକୁ ଟଙ୍କା ଦେବାକୁ କହିଥିଲେ ଶରତ । ତେବେ ଅଡିଓ ଭାଇରାଲ ହେବାପରେ ଶରତଙ୍କୁ ଦଳରୁ ବାହାର କରିଥିଲା ବିଜେଡି । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପ୍ରେସମିଟ କରି ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା ।

Leave A Reply

Your email address will not be published.