Masthead

ଜହ୍ନ ଦେଖିବା ହେଲା କାଳ

ଗାଜିଆବାଦ (ବଡ଼ ଖବର ବ୍ୟୁରୋ : ଜହ୍ନ ଦେଖିବା ହେଲା କାଳ । ୨୫ ମହଲା ଛାତରୁ ଖସିପଡ଼ି ଚାଲିଗଲା ଦୁଇ ଯାଆଁଳା ଭାଇଙ୍କ ଜୀବନ । ଯାହାଙ୍କ ବୟସ ପାଖାପାଖି ୧୩ ବର୍ଷ ହେବ । ଏଭଳି ଅଭାବନୀୟ ଘଟଣା ଘଟିଛି ଗାଜିଆବାଦର ବିଜୟ ନଗରରେ ଥିବା ହାଉସିଂ ସୋସାଇଟ୍‌ରେ । ବାଲକୋନିର ରେଲିଂ ପାଖରୁ ଗୋଟିଏ ପ୍ଲାଷ୍ଟିକ ଚେୟାର ଉପରେ ଛୋଟ ଷ୍ଟୁଲ ଠାବ କରାଯାଇଛି। ସେମାନେ ଏହା ଉପରେ ଛିଡ଼ା ହୋଇ ଜହ୍ନ ଦେଖିଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିବା କୁହାଯାଉଛି। ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୧ଟା ବେଳେ ଏପରି ଘଟଣା ଘଟିଛି।

ପୋଲିସର କହିବା ଅନୁସାରେ ଯେ ଦୁଇ ଭାଇ ସୂର୍ୟ୍ୟ ନାରାୟଣ ଓ ସତ୍ୟ ନାରାୟଣ ସମସ୍ତ ଶୋଇଯିବା ପରେ ବାଲକୋନିକୁ ଆସି ଜହ୍ନ ଦେଖିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଏପରି ଘଟଣା ଘଟିଛି। ରୁମରେ ମାଆ ରାଧା ସାମାନ୍ୟ ଶୋଇପଡ଼ିବାରୁ ଦୁଇ ଭାଇ ପୁଣି ବାଲକୋନିକୁ ଜହ୍ନ ଦେଖିବାକୁ ଚାଲି ଯାଇଥିଲେ। ରାତି ପ୍ରାୟ ୧ଟା ବେଳେ ରାଧାଙ୍କ ନିଦ ଭାଙ୍ଗିବା ପରେ ସେ ରୁମ୍‌ରେ ଦୁଇ ପୁଅଙ୍କୁ ନ ପାଇ ବ୍ୟସ୍ତ ହୋଇଯାଇଥିଲେ। ଷ୍ଟଡି ରୁମରେ ମଧ୍ୟ ସେମାନଙ୍କୁ ଖୋଜିଥିଲେ।

ହେଲେ ବାଲକୋନି କବାଟ ଖୋଲା ଥିବାରୁ ସେ ତୁରନ୍ତ ସେଠାକୁ ଯାଇ ବି ଦେଖିଥିଲେ। ଏହି ସମୟରେ ଲୋକମାନେ ରାସ୍ତାରେ ରୁଣ୍ଡ ହୋଇଥିବା ଦେଖି ରାଧା ତଳକୁ ଦୌଡ଼ି ଥିଲେ। ସେ ତଳେ ପହଞ୍ଚିଲା ବେଳକୁ ସତ୍ୟ ଓ ସୂର୍ୟ୍ୟ ପରସ୍ପର ଠାରୁ ମାତ୍ର ଅଳ୍ପ ଦୂରତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଉଭୟଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ