Masthead

ଗୌତମଙ୍କ ହାତ ଧରିବେ କାଜଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦକ୍ଷିଣ ସିନେମା ଓ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ଅଗ୍ରୱାଲ ଅଜୟ ଦେବଗନଙ୍କ ଫିଲ୍ମ ସିଙ୍ଘମ୍ ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହି ଫିଲ୍ମ ତାଙ୍କୁ ଦେଇଥିଲା ଦକ୍ଷ ଅଭିନେତ୍ରୀର ପରିଚୟ । ସେ ରାତାରାତି ପ୍ରସିଦ୍ଧ ହୋଇଯାଇଥିଲେ । ପରେ ସେ ଅନେକ ବଲିଉଡ ଫିଲ୍ମରେ ଅଭିନୟର ସୁଯୋଗ ପାଇଥିଲେ । ଏବେ ତାଙ୍କ ମନ ଆଉ କେଉଁଥିରେ ଲାଗୁନି । ବାହା ହେବା ପାଇଁ ଛନଛନ ହେଲେଣି ।

କାଜଲ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ତାରିଖ ପ୍ରକାଶ କରିଛନ୍ତି। ଏହି ମାସର ୩୦ ରେ ସେ ମୁମ୍ବାଇରେ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ ଆହୁରି ଲେଖିଛନ୍ତି,’ଏହା ଏକ ଛୋଟ ପାରିବାରିକ କାର୍ୟ୍ୟରେ ହେବ । ମହାମାରୀ କରୋନା ନିଶ୍ଚିତ ଭାବରେ ଆମର ଖୁସିକୁ ସରଳତାରେ ପରିପୂର୍ଣ୍ଣ କରିଛି,କିନ୍ତୁ ଆମେ ଏକତ୍ର ଜୀବନ ଆରମ୍ଭ କରିବାକୁ ବହୁତ ଉତ୍ସାହିତ । ଆପଣମାନେ ଆମ ଖୁସିରେ ବହୁତ ଖୁସି ହେବେ । ଜୀବନର ନୂଆ ଇନ୍ସିଂ ଆରମ୍ଭ ପାଇଁ ଆପଣଙ୍କର ଆଶୀର୍ବାଦ କାମନା କରୁଛୁ ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା