Masthead

ପୁନେରେ ହେବ ବିଶ୍ୱସ୍ତରୀୟ ବିଜ୍ଞାନ ସହର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା । ପୁନେରେ ହେବ ବିଶ୍ୱସ୍ତରୀୟ ବିଜ୍ଞାନ ସହର । ତେବେ ଏହା ପୁନେର ପିମ୍ପ୍ରି ଚିଞ୍ଚୱାଡ ଅଞ୍ଚଳରେ ନିର୍ମାଣ ହେବ ବୋଲି ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ଏହି ସହରର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ନାମିତ କରାଯିବ । ଏହି ପ୍ରକଳ୍ପ ପାଇଁ ମୋଟ ୧୯୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ଛାତ୍ରମାନଙ୍କ ବୈଷୟିକ ଜ୍ଞାନକୁ ବୃଦ୍ଧି କରିବା ସହ ଭବିଷ୍ୟତର ବୈଜ୍ଞାନିକଙ୍କୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟରେ ବିଶ୍ୱସ୍ତରୀୟ ବିଜ୍ଞାନ ସହର ନିର୍ମାଣ କରାଯାଉଛି ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି ।

ଏହା ସହ ପ୍ରସ୍ତାବିତ କମ୍ପେ୍ଲକ୍ସର ନାମ ଭାରତ ରତ୍ନ ରାଜୀବ ଗାନ୍ଧି ସାଇନ୍ସ ଇନୋଭେସନ ସିଟି ରଖାଯାଇଛି । ପିମ୍ପ୍ରି ଚିଞ୍ଚୱାଡ ମ୍ୟୁନିସିପାଲଟି କର୍ପୋରେସନ ଅଧୀନରେ ଥିବା ୮ ଏକର କମ୍ଳେକ୍ସରେ ଏହା ନିର୍ମାଣ କରାଯିବ । ତେବେ ଏହା ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବା ସହ ଏକବିଂଶ ଶତାବ୍ଦୀରେ ଭାରତକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଜବୁତ କରିବା ପାଇଁ ଏହା ସହାୟକ ହେବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ