Masthead

ସୀମା ଲଙ୍ଘୁଛି ବ୍ୟାଙ୍କ ବାବୁଙ୍କ ଦାଦଗିରି

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ସାଧାରଣ ଲୋକଙ୍କ ଜମା ଟଙ୍କାରେ ଚାଲୁଛି ବ୍ୟାଙ୍କ । ଦରମା ପାଉଛନ୍ତି ବ୍ୟାଙ୍କ କର୍ମଚାରୀ । ଆରାମରେ ଚଳୁଛନ୍ତି । ମାତ୍ର ସେହି ଜମାକାରୀ ଓ ହିତାଧିକାରୀଙ୍କୁ ବ୍ୟାଙ୍କ କିଛି କର୍ମଚାରୀ ଭଲ ବ୍ୟବହାର ଦେଖାଇବାକୁ ଭୁଲିଯାଉଛନ୍ତି । ଏକଥା ଆମେ କହୁନୁ, ଭଦ୍ରକ ଏଚଡ଼ିଏଫସି ବ୍ୟାଙ୍କରେ ଘଟିଛି ଏହି ଅଭାବନୀୟ ଘଟଣା । ବ୍ୟାଙ୍କ ମ୍ୟାନେଜର ସୀମା ଲଙ୍ଘିଛନ୍ତି । ତାଙ୍କ ଦାଦାଗିରି କହିଲେ ନସରେ । ଋଣ ସୁଝିନପରାରିବାରୁ ମହିଳାଙ୍କୁ ସେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ତିହିଡ଼ି ବ୍ଲକ ନନ୍ଦପୁର ପଞ୍ଚାୟତର କିଛି ମହିଳା ଏଚଡ଼ିଏଫସି ବ୍ୟାଙ୍କକୁ ଯାଇଥିଲେ । ପୁରୁଣା ଋଣ ସୁଝି ନୁଆଁ ଋଣ ନେବା ପାଇଁ । ଏହି ସମୟରେ ବ୍ୟାଙ୍କ ମ୍ୟନେଜର ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ସିକ୍ୟୁରିଟି ଗାର୍ଡକୁ ଡାକି ବନ୍ଧୁକ ଦେଖାଇ ସେମାନଙ୍କୁ ବ୍ୟାଙ୍କରୁ ତଡି ଦେଇଥିଲେ । ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହିଁ । ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଧାମନଗର ବିଧାୟକ ତଥା ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ । ଘଟଣାକୁ ସେ ନିନ୍ଦା କରିବା ସହ ତୁରନ୍ତ ମ୍ୟାନେଜରଙ୍କୁ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ