Masthead

ସୀମା ଲଙ୍ଘୁଛି ବ୍ୟାଙ୍କ ବାବୁଙ୍କ ଦାଦଗିରି

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ସାଧାରଣ ଲୋକଙ୍କ ଜମା ଟଙ୍କାରେ ଚାଲୁଛି ବ୍ୟାଙ୍କ । ଦରମା ପାଉଛନ୍ତି ବ୍ୟାଙ୍କ କର୍ମଚାରୀ । ଆରାମରେ ଚଳୁଛନ୍ତି । ମାତ୍ର ସେହି ଜମାକାରୀ ଓ ହିତାଧିକାରୀଙ୍କୁ ବ୍ୟାଙ୍କ କିଛି କର୍ମଚାରୀ ଭଲ ବ୍ୟବହାର ଦେଖାଇବାକୁ ଭୁଲିଯାଉଛନ୍ତି । ଏକଥା ଆମେ କହୁନୁ, ଭଦ୍ରକ ଏଚଡ଼ିଏଫସି ବ୍ୟାଙ୍କରେ ଘଟିଛି ଏହି ଅଭାବନୀୟ ଘଟଣା । ବ୍ୟାଙ୍କ ମ୍ୟାନେଜର ସୀମା ଲଙ୍ଘିଛନ୍ତି । ତାଙ୍କ ଦାଦାଗିରି କହିଲେ ନସରେ । ଋଣ ସୁଝିନପରାରିବାରୁ ମହିଳାଙ୍କୁ ସେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ତିହିଡ଼ି ବ୍ଲକ ନନ୍ଦପୁର ପଞ୍ଚାୟତର କିଛି ମହିଳା ଏଚଡ଼ିଏଫସି ବ୍ୟାଙ୍କକୁ ଯାଇଥିଲେ । ପୁରୁଣା ଋଣ ସୁଝି ନୁଆଁ ଋଣ ନେବା ପାଇଁ । ଏହି ସମୟରେ ବ୍ୟାଙ୍କ ମ୍ୟନେଜର ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ସିକ୍ୟୁରିଟି ଗାର୍ଡକୁ ଡାକି ବନ୍ଧୁକ ଦେଖାଇ ସେମାନଙ୍କୁ ବ୍ୟାଙ୍କରୁ ତଡି ଦେଇଥିଲେ । ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହିଁ । ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଧାମନଗର ବିଧାୟକ ତଥା ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ । ଘଟଣାକୁ ସେ ନିନ୍ଦା କରିବା ସହ ତୁରନ୍ତ ମ୍ୟାନେଜରଙ୍କୁ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା