Before Header

ସାବାସ୍ ମହିଳା ଯବାନ

0 318

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ମହିଳାମାନେ ସେମାନଙ୍କ ଦକ୍ଷତା ଦେଖାଇ ଉଚ୍ଚ ପ୍ରଶଂସିତ ହେଉଛନ୍ତି । ଏଇ ଯେମିତି ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଘଟିଛି । ଦୁଇ ମହିଳା କମାଣ୍ଡୋ ମାଓ ଆକ୍ରମଣ ଯୋଜନା ପଣ୍ଡ କରି ସାଉଁଟିଛନ୍ତି ଭୁରି ଭୁରି ପ୍ରଶଂସା । ଗତକାଲି କୁମ୍ବିଂ ବେଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲା ଟେଲମ ଓ ଟେଟମକୁ ସଂଯୋଗ କରୁଥିବା ରାସ୍ତାରୁ ୧୦କେଜିର ଲ୍ୟାଣ୍ଡମାଇନକୁ ଠାବ କରିଛନ୍ତି ଏହି ଦୁଇ ମାହିଳା କାମଣ୍ଡୋ । କାମାଣ୍ଡୋମାନେ କୁମ୍ବିଂ ସାରି ଫେରିବା ବେଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ଡିଟେକ୍ଟର ସାହାଯ୍ୟରେ ଲ୍ୟାଣ୍ଡମାଇନ ଠାବ କରିଥିଲେ । ପରେ ବିସ୍ପୋରଣକରି ଏହାକୁ ନଷ୍ଟ କରାଯାଇଥିଲା । କିଛିଦିନ ହେବ ମାଓ ସଂଗଠନ ଭୁଶୁଡ଼ିବାରେ ଲାଗିଛି । ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଯବାନମାନଙ୍କୁ ଟାର୍ଗେଟ କରୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.