Masthead

ଅକ୍ସିଜେନ ନଦେଲେ ଫାଶୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଦିଲ୍ଲୀର ଅକ୍ସିଜେନ୍ ସଂକଟ ମାମଲାର ଶୁଣାଣି ବେଳେ ବଡ଼ ଟିପ୍ପଣୀ ଦେଇଛନ୍ତି ହାଇକୋର୍ଟ । କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ କୋର୍ଟ ଫଶୀଖୁଣ୍ଟରେ ଝୁଲେଇଦେବେ । ଜଷ୍ଟିସ୍ ବିପିନ୍ ସାଂଘି ଓ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ଖଣ୍ଡପୀଠ ଏଭଳି ଆଦେଶ ଦେଇଛନ୍ତି । ମହାରଜା ଅଗ୍ରସେନ୍ ହସ୍ପିଟାଲର ଏକ ଆବେଦନର ଶୁଣାଣି ବେଳେ ଖଣ୍ଡପୀଠ ଏଭଳି ମନ୍ତବ୍ୟ ଦେଇଛନ୍ତି । ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ନିଅଣ୍ଟକୁ ନେଇ କୋର୍ଟ ଏଭଳି ମତ ଦେଇଛନ୍ତି ।

ଅଦାଲତ ଦିଲ୍ଲୀ ସରକାରଙ୍କୁ ପଚାରିଛନ୍ତି, କିଏ ଅକ୍ସିଜେନ୍ ପରିବହନରେ ବାଧା ଦେଉଛନ୍ତି । ଖଣ୍ଡପୀଠ କହିଛନ୍ତି- ‘ଆମେ ସେହି ବ୍ୟକ୍ତିଙ୍କୁ ଟାଙ୍ଗି ଦେବୁ । ଆମେ କାହିରିକୁ ବି ଛାଡ଼ିବୁ ନାହିଁ ।’ ସ୍ଥାନୀୟ ପ୍ରଶାସନର ସେଭଳି ଅଧିକାରୀଙ୍କ ସମ୍ପର୍କରେ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଜଣାନ୍ତୁ । କେନ୍ଦ୍ର ସରକାର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇପାରିବେ ।

ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି, ଦିଲ୍ଲୀ ପାଇଁ ପ୍ରତିଦିନ ମିଳିବାକୁ ଥିବା ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ କେବେ ମିଳିବ ? ଅଦାଲତ କହିଛନ୍ତି କେନ୍ଦ୍ର ସରକାର ୨୧ ତାରିଖରେ ଦିଲ୍ଲୀକୁ ଦୈନିକ ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପହଞ୍ଚାଇବା ଲାଗି ପ୍ରତିଶୁତି କରିଥିଲେ । ଅଦାଲତକୁ କୁହନ୍ତୁ ଅକ୍ସିଜେନ୍ କେବେ ଆସିବ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ