Masthead

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ): ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ।  ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ଘଟଣାରେ ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ଡ଼ାକରା ଦିଆଯାଇଛି। ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ଜରୁରୀକାଳୀନ ସେବା ବାଦ ଅନ୍ୟ ସବୁ ସେବା ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ମମିତା ମର୍ଡରର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମଙ୍ଗଳବାର ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଲୁଚି ରହିଥିଲା । ଗାଁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦ ସାହୁକୁ ଆରେଷ୍ଟ କରିଥିଲା। ତେବେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ  ଆଜି କୋର୍ଟଚାଲଣ କରିବ । ସେପଟେ କିନ୍ତୁ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବି ଜୋର ଧରିଲାଣି । ଏହି ଦାବି କରି ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ପାଳନ କରୁଛି ବିଜେପି । କେବଳ ଜରୁରୀକାଳୀନ ସେବା ବାଦ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସହରରେ ଯାନବାହାନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ବନ୍ଦ ରହିବ ।

ଶିକ୍ଷୟିତ୍ରୀ ନିଖୋଜରେ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ତତ୍ପର ହୋଇଥିଲା ସିନ୍ଧେଇକେଲା ପୁଲିସ୍। ଆଉ ୧୪ ତାରିଖରେ ପୁଲିସ୍ ଗୋବିନ୍ଦକୁ ଉଠାଇ ଆଣିଥିଲା। ଦୀର୍ଘ ସମୟ ଧରି ଶିକ୍ଷୟିତ୍ରୀ ନିଖୋଜ ସମ୍ପର୍କରେ ପୁଲିସ ତାକୁ ପଚରାଉଚରା କରିଥିଲା। ତେବେ ସୋମବାର ହାତ ଧୋଇବା ବାହାନା କରି ପୁଲିସକୁ ଚମକା କରି ବାରାକରୁ ଚମ୍ପଟ୍ ମାରିଥିଲା ଗୋବିନ୍ଦ। ଏଥିପାଇଁ ପୁଲିସ୍ ନାନା ସମାଲୋଚନାର ଶିକାର ମଧ୍ୟ ହୋଇଥିଲା। ଶେଷରେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ପୁଲିସ ଗୋବିନ୍ଦକୁ ଧରିବା ପାଇଁ ଅଣ୍ଟା ଭିଡ଼ିଥିଲା। ଏଥିପାଇଁ ପୁଲିସ୍ ତିନୋଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା। ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦକୁ ଧରାଇ ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ବଲାଙ୍ଗୀର ପୋଲିସ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ