Masthead

କମିଶନରେଟ୍ ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କମିଶନରେଟ୍ ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା । ସାଇବର କେଶରେ ଭୁବନେଶ୍ୱର ପୋଲିସକୁ ମିଳିଛି ବଡ଼ ସଫଳତା । ସହିତଦନଗର ଏକ ସାଇବର ଠକେଇର ତଦନ୍ତ କରିବା ବେଳେ ବଡ଼ ସଫଳତା ପାଇଛି କମିଶନରେଟ୍ ପୋଲିସ । ତଦନ୍ତ ବେଳେ ଜଣାପଡ଼ିଥିଲା ଭଦ୍ରକ, ବାଲେଶ୍ୱର ଆଖପାଖ ଜିଲ୍ଲାରୁ ବହୁ ପରିମାଣର ପ୍ରି-ଆକ୍ଟିଭେଟେଡ୍ ସିମ୍ ବାହାରକୁ ଚାଲାଣ ହେଉଥିଲା ।

ଉକ୍ତ ସିମଗୁଡ଼ିକ ସାଇବର କ୍ରାଇମରେ ବ୍ୟବହାର କରାଯାଉଥିଲା । ଆମେ ପ୍ରି-ଆକ୍ଟିଭେଟେଡ୍ ସିମକୁ ଟ୍ରାକ୍ କରି ତଦନ୍ତ କରିଥିଲୁ । ଏହା ପଛରେ ବଡ଼ ଗ୍ୟାଙ୍ଗ ଥିବା ଜଣା ପଡ଼ିଥିଲା ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗ୍ରାହକଙ୍କ ପରିଚୟ ପତ୍ରକୁ ନକଲ କରି ବହୁ ସିମ୍ ଆକ୍ଟିଭ୍ କରି ଅନ୍ୟ ରାଜ୍ୟକୁ ପଠାଯାଉଥିଲା । ଏହି ସବୁ ସିମ୍ ଅନ୍ୟ ରାଜ୍ୟକୁ ପଠାଯାଇ ଠକେଇ କରାଯାଉଛି । ଏହି ସିମ୍ ଗୋଟିଏ ଥର ବ୍ୟବହାର କରି ଫୋପାଡ଼ି ଦିଅନ୍ତି ।

ଫଳରେ ସାଇବର କ୍ରାଇମ୍ ବଢ଼ିଥାଏ ।  ବିଭିନ୍ନ ସ୍ଥାନ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଅଞ୍ଚଳରେ ରେଡ୍ କରି ୭ ଜଣଙ୍କୁ ଗିରଫ କରାଯାଇଛି । ୭ ଜଣଙ୍କ ଠାରୁ ୧୬ ହଜାରରୁ ଅଧିକ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜବତ କରାଯାଇଛି । ସିମ୍ ଆକ୍ଟିଭେଟ୍ ପାଇଁ ବ୍ୟବହୃତ ୧୧୦ ରୁ ଅଧିକ ମୋବାଇଲ୍ ଫୋନ୍ ଜବତ ହୋଇଛି ।

ଗିରଫ ୭ ଜଣଙ୍କ ମଧ୍ୟରୁ ୫ ଜଣ ମୋବାଇଲ୍ ବିକ୍ରେତା ଅଛନ୍ତି । ଅନ୍ୟ ୨ ଜଣ ଏକ ନିର୍ଦ୍ଦିଷ୍ଟ ସର୍ଭିସ୍ ପ୍ରୋପାଇଡର କମ୍ପାନୀର କର୍ମଚାରୀ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର। ଏତେ ସଂଖ୍ୟାରେ ସିମ୍ କିଭଳି ଆକ୍ଟିଭେଟ୍ ହେଉଛି । କିଭଳି ବାହାରକୁ ଯାଉଛି । ଏସବୁର ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ରାଜ୍ୟ ବାହାରକୁ ଏହି ସାଇବର କ୍ରାଇମ୍ ଚେର ଲମ୍ବିଛି । ଗୋଟିଏ ପ୍ରି-ଆକ୍ଟିଭେଟ୍ ସିମର ମୂଲ୍ୟ ୫ ଶହ ଟଙ୍କାରୁ ଅଧିକ । ପ୍ରି-ଆକ୍ଟିଭେଟ୍ ସିମକୁ ଗିରଫ ଅଭିଯୁକ୍ତ କୋରିଅର ମାଧ୍ୟମରେ ବାହାର ରାଜ୍ୟକୁ ପଠାଉଥିଲେ । ତଦନ୍ତରେ ଯାହାର ଅବହେଳା ଦେଖାଯିବ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧