Masthead

ଆଜି କୁମାର ପୂର୍ଣ୍ଣିମା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଆଜି କୁମାର ପୂର୍ଣ୍ଣିମା । ଭୋରୁ କୁମାରୀମାନେ ଉଠି ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା କରିଛନ୍ତି, ଆଞ୍ଜୁଳି ଟେକିଛନ୍ତି । ତା ସହିତ ବୃନ୍ଦାବତୀଙ୍କ ନିକଟରେ ଘର ପରିବାରର ମଙ୍ଗଳ ମନାସିଛନ୍ତି। ନିଜ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଖଇ ଥାଳି ଟେକି ଦେଇ ଝିଅମାନେ ପ୍ରିୟଜନଙ୍କ ସୁଖ ଓ ସମୃଦ୍ଧି କାମନା କରନ୍ତି । ନୂଆ ବସ୍ତ୍ର ପରିଧାନ କରିବା ସହ କୁଙ୍କୁମ ଚନ୍ଦନରେ ନିଜକୁ ସଜେଇ ଝିଅମାନେ କୁମାର ଉତ୍ସବ ପାଳନ କରନ୍ତି । ସଂଧ୍ୟାରେ ଚାନ୍ଦ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । ଚଳିତ ବର୍ଷ କରୋନା କଟକଣା ପାଇଁ ବିଭିନ୍ନ ଅଂଚଳରେ କୁମାର ଉତ୍ସବ ଫିକା ପଡି ଯାଇଥିଲେ ସୁଦ୍ଧା ପରମ୍ପରା ରକ୍ଷା କରିବାକୁ ଭୁଲି ନାହାନ୍ତି ।

କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ। ଏହାକୁ କୁମାରୋତ୍ସବ ମଧ୍ୟ କୁହାଯାଏ। ଏହି ଦିନ ମଧ୍ୟ ଗଜଲକ୍ଷ୍ମୀ ପୂଜା ହୋଇଥାଏ। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ। ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ଦିନ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଏବଂ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଏବଂ ପୌରୁଷ କାମନା କରାଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼