ଶିମିଳିପାଳ ସ୍ପେସାଲ ସ୍କ୍ୱାର୍ଡର ସଫଳତା,୫ ବନ୍ଧୁକ ସହିତ ୩ ଶିକାରୀ ଗିରଫ

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ମୟୁରଭଞ୍ଜ ଶିମିଳିପାଳ ସ୍ପେସାଲ ସ୍କ୍ୱାର୍ଡର ସଫଳତା । ୨ଟି ପୃଥକ ଅପରେସନ୍ ରେ ମୟୁରଭଞ୍ଜ ପୋଲିସର ସ୍ପେସାଲ ସ୍କ୍ୱାର୍ଡ ହାତରେ ଲାଗିଛି ୫ଟି ବେଆଇନ ଦେଶୀ ବନ୍ଧୁକ । ଏଥି ସହିତ ୩ଜଣ ସନ୍ଦିଗ୍ଧ ଶିକାରୀ ଗିରଫ। ୧୫ତାରିଖ ଭୋର ୩ଟା ବେଳେ ଶିମିଳିପାଳ ସଂଲଗ୍ନ ବଡସାହି ଥାନା ଅଧିନସ୍ଥ ରେଣ୍ଟାସାହି, ଯଦୁନାଥପୁର, ଚନ୍ଦନଚତୁରୀ, ଚମ୍ପାଗଡ, ହାତୀକୋଟ୍ ଅଞ୍ଚଳରେ ଚଢାଉ କରି ୫ଟି ବେଆଇନ ଦେଶୀ ବନ୍ଧୁକ ଜବତ ହୋଇଛି। ଗିରଫ ହୋଇଥିବା ଶିକାରୀ ମାନେ ହେଲେ ମହେନ୍ଦ୍ର ସିଂ , ଶ୍ୟାମସୁନ୍ଦର ସିଂ ଓ ମଦନ ସିଂ । ଏମାନେ ସମସ୍ତେ ବଡସାହି ଥାନା ର ହାତୀକୋଟ ଗାଁର ବୋଲି ଜଣା ପଡିଛି। ଅନ୍ୟ ଏକ ସର୍ଚ୍ଚ ଅପରେସନ୍ ରେ ଖୁଣ୍ଟା ଥାନା ବହଳଦା ଜଙ୍ଗଲରେ ଅଜଣା ଶିକାରୀ ଲୁଚାଇଥିବା ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇ.ଜି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ