Masthead

ପଞ୍ଜାବ କଂଗ୍ରେସ ପ୍ରଭାରୀ ପଦରୁ ମୁକ୍ତି ଚାହୁଁଛନ୍ତି ହରିଶ ରାୱତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଞ୍ଜାବରେ କଂଗ୍ରେସ ଦାୟିତ୍ୱରେ ଥିବା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିଜ ପଦରୁ ମୁକ୍ତି ଚାହୁଁଛନ୍ତି । ଅର୍ଥାତ ପଞ୍ଜାବ କଂଗ୍ରେସ ଦାୟିତ୍ୱରେ ଥିବା ପଦରୁ ମୁକ୍ତି ପାଇବା ପାଇଁ ହରିଶ ରାୱତ ନିବେଦନ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ପଞ୍ଜାବ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଗୋଟିଏ ପଟେ ମୋର କର୍ତ୍ତବ୍ୟ ଜନ୍ମଭୂମି ଏବଂ ଅନ୍ୟପଟେ ମୋର ସେବା କର୍ମଭୂମି ପଞ୍ଜାବ । ମୋ ପକ୍ଷରେ ଦୁଇଟିରୁ ଗୋଟିଏକୁ ବାଛିବାକୁ ହେବ । ହେଲେ ତାହା ନ ହୋଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି । କାରଣ ନିର୍ବାଚନ ଆସୁଥିବାରୁ ବ୍ୟକ୍ତିଙ୍କୁ ଉଭୟ ସ୍ଥାନରେ ପୂର୍ଣ୍ଣ ସମୟ ଦେବାକୁ ପଡ଼ିବ । ଗତକାଲି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଥିଲା । ମୁଁ କିଛି ସ୍ଥାନକୁ ଯାଇପାରିଲି କିନ୍ତୁ ମୁଁ ଏଥିରେ ସନ୍ତୁଷ୍ଟ ନୁହଁ ।

ମୁଁ ଲୁହ ପୋଛିବାକୁ ସୁବଆଡେ ଯିବାକୁ ଚାହୁଁଥିଲି । କିନ୍ତୁ ମୋ ପଦ ଏହାକୁ ପୂରଣ କରିବାକୁ ଦେଇନଥିଲା । ତେଣୁ ମୁଁ ଏପରି ନିଷ୍ପତ୍ତି ନେଇଛି ବୋଲି ହରିଶ ରାୱତ କହିଛନ୍ତି । କେବଳ ଏତିକି ନୁହେଁ ବରଂ କ୍ରମାଗତ ଆର୍ଶୀବାଦ ଏବଂ ନୈତିକ ସମର୍ଥନ ପାଇଁ ମୁଁ ପଞ୍ଜାବ କଂଗ୍ରେସ ଏବଂ ପଞ୍ଜାବର ଲୋକଙ୍କୁ ବହୁତ କୃତଜ୍ଞ ଜଣାଉଛି । ସାଧୁ, ଗୁରୁ, ଶ୍ରୀ ନାନକ ଦେବ ଜୀ ଏବଂ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଦେଶ ପ୍ରତି ମୋର ଗଭୀର ଭାବପ୍ରବଣତା ରହିଛି । ମୁଁ ନିଷ୍ପତ୍ତି ନେଇଛି ଆସନ୍ତା କିଛି ମାସ ମଧ୍ୟରେ ମୁଁ ଉତ୍ତରପ୍ରଦେଶକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ହୋଇପାରିବି । ତେଣୁ ପଞ୍ଜାବରେ ମୋର ବର୍ତ୍ତମାନର ଦାୟିତ୍ୱରୁ ମୁକ୍ତ ହେବା ଉଚିତ ବୋଲି କଂଗ୍ରେସ ପ୍ରଭାରୀ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା