Masthead

ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ (ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଧର୍ମ ମାସ କାର୍ତ୍ତିକ । ଆଜିଠୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି । ହବିଷ୍ୟାଳିମାନେ ସଂକଳ୍ପ ହୋଇ ବ୍ରତ ପୂଜା ଆରମ୍ଭ କରିଦେଇଛନ୍ତି । ସେହିପରି ଶ୍ରୀମନ୍ଦିରରେ ମଧ୍ୟ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଅନ୍ୟପଟରେ ସେହିପରି ଶ୍ରୀକ୍ଷେତ୍ରକୁ ଚଳିତବର୍ଷ ହବିଷ୍ୟାଳିଙ୍କୁ ନଆସିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରଚାର ପରେ ମଠ ଏବଂ ଧର୍ମଶାଳା ଆଦିରେ ହବିଷ୍ୟାଳି ମାନଙ୍କ ସଂଖ୍ୟା ଖୁବ କମ ରହିଛି ।

ଏବଂ ପ୍ରଶାସନ ପକ୍ଷରୁ ମଧ୍ୟ ହବିଷ୍ୟାଳି ମାନଙ୍କ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନାହିଁ । କରୋନା କଟକଣା ମଧ୍ୟ ଅଟକାଇ ପାରିନି ଶ୍ରଦ୍ଧାଳୁଙ୍କୁ ।ସକାଳୁ ସକାଳୁ ନିତ୍ୟକର୍ମ ସାରି ସଂକଳ୍ପ କରି, ରାମାନନ୍ଦ ଚିତା କାଟି ଧୂପ ଦୀପ ଦେଇ ବୃନ୍ଦାବତୀ ପୂଜା କରି ବ୍ରତ ଆରମ୍ଭ କରିଦେଇଛନ୍ତି ।କାଳିଆ ପ୍ରେମରେ ହୋଇଛନ୍ତି ମସଗୁଲ । ସେପଟେ ନିର୍ଦ୍ଧାରିତ ଏସଓପି ଅନୁସାରେ ଶ୍ରୀମନ୍ଦିରକୁ ସେବାୟତମାନେ ପିନ୍ଧି ଆସୁଛନ୍ତି ଡ୍ରେସ କୋଡ଼ । ପାରମ୍ପରିକ ଧୋତି ଗାମୁଛା ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ସେବାୟତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼