Masthead

ବିରୋଧ କରିବାର ଅଧିକାର ଅଛି ହେଲେ ଅନିର୍ଦ୍ଦିଷ୍ଟ କାଳ ରାସ୍ତା ବନ୍ଦ ପାଇଁ ନୁହେଁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲକୁ ଦୀର୍ଘ ଦିନ ଧରି ଚାଷୀମାନେ ବିରୋଧ କରି ଆସୁଛନ୍ତି । ହେଲେ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ । ଯାହାଫଳରେ ଚାଷୀମାନେ ଅନେକ ଦିନ ଧରି ରାଜରାସ୍ତାରେ ନିଜର ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ଏହା ମଧ୍ୟରେ ଚାଷୀମାନଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ବଡ଼ ବୟାନ ଦେଇଛନ୍ତି । ତେବେ କୃଷକମାନଙ୍କର ବିରୋଧ କରିବାର ଅଧିକାର ଅଛି କିନ୍ତୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବାର କୌଣସି ଅଧିକାର ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଏ ଖବର ସାମ୍ନାକୁ ଆସିବା ପରେ ଏହା ସାରା ଦେଶେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଏକଥାକୁ ସହଜରେ ହଜମ କରିପାରି ନାହାଁନ୍ତି ଚାଷୀ ସଙ୍ଗଠନ । କୃଷକମାନେ ରାସ୍ତାରେ ବିରୋଧ କରୁନାହାଁନ୍ତି ବରଂ ପୁଲିସ ରାସ୍ତା ଅବରୋଧ କରିଛି ବୋଲି ୟୁନାଇଟେଡ କିସାନ ମୋର୍ଚ୍ଚା କହିଛନ୍ତି । କେବଳ ଏତିକି ନୁହେଁ ବରଂ ବିରୋଧୀ ଚାଷୀଙ୍କୁ ରାସ୍ତାରୁ ହଟାଇବାକୁ ନିବେଦନ ଉପରେ ସୁପ୍ରିମକୋର୍ଟ ୟୁନାଇଟେଡ କିସାନ ମୋର୍ଚ୍ଚା ଏବଂ ଅନ୍ୟ କୃଷକ ସଙ୍ଗଠନମାନଙ୍କୁ ଚାରି ସପ୍ତାହ ମଧ୍ୟରେ ନିଜର ଜାବବ ଦେବାକୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ