Masthead

ଏନସିବି ଅଫିସରେ ପହଞ୍ଚିଲେ ଅନନ୍ୟା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ)   ଏନସିବିରେ ହାଜର ହେଲେ ବଲିଉଡ ଅଭିନେତ୍ରୀ ଅନନ୍ୟା । ଆର୍ୟନ ଖାନ୍ ଡ୍ରଗ୍ସ କେସରେ ତାଙ୍କୁ ଆଜି ଏନସିବି ସମନ କରିଥିଲା । ଅଧିକ ପଚରାଉଚରା ପାଇଁ ମଧ୍ୟ ଡାକି ଥିଲା । ପୂର୍ବରୁ ମଧ୍ୟ ଏନସିବି ତାଙ୍କ ଘରକୁ ଯାଇଥିଲା । ସମନ ପରେ ଅନନ୍ୟା ତାଙ୍କ ବାପାଙ୍କ ସହ ଏନସିବି ଅଫିସ ଯାଇଛନ୍ତି ।

ତେବେ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଅନନ୍ୟାଙ୍କ କ’ଣ ସମ୍ପୃକ୍ତି ରହିଛି, ସେ ନେଇ ଏନସିବି ଅଧିକ ଖୋଳତାଡ କରୁଛି । ଅନନ୍ୟା ପାଣ୍ଡେଙ୍କୁ ଏନସିବିର ସମନ ପରେ ତାଙ୍କ ପିତା ଚଙ୍କି ପାଣ୍ଡେ ଲିଗାଲ କାଉଂସିଲିଂ ଖୋଜୁଥିବା ଜଣାପଡିଛି । ତେବେ ଆଜି ସକାଳେ ଅନନ୍ୟାଙ୍କ ମୁମ୍ବାଇ ସ୍ଥିତ ଘରେ ଏନସିବି ଚଢାଉ କରିଥିଲା । ଆଜି ଅପରାହ୍ନ ୨ଟାରେ ଏନସିବି ଅଫିସରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା । ସୂଚନା ଅନୁଯାୟୀ, ଡ୍ରଗ୍ସ ନେଇ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହ୍ୱାଟ୍ସଆପରେ କଥାବର୍ତ୍ତା ହୋଇଥିଲା । ଯାହା ଏନସିବି ହାତରେ ଲାଗିଥିଲା । ଏ ନେଇ ଏନସିବି ଅନନ୍ୟାଙ୍କ ଘରେ ଚଢାଉ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି