Masthead

ଚର୍ଚ୍ଚାରେ ହଷ୍ଟେଲ ରୁମ ନମ୍ବର-୨୦

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ):  ବେଳକୁ ବେଳ ଆସୁଛି ମମିତାଙ୍କ ମୃତ୍ୟୁର ନୂଆ ରହସ୍ୟ । ଧିରେ ଧିରେ ବଦଳୁଛି ଘଟଣାର ମୋଡ଼ । ରହସ୍ୟ ଘେରରେ ଏବେ ରୁମ ନମ୍ବର ୨୦ । ମମିତାଙ୍କ ମୃତ୍ୟୁର ସିନ ରିକ୍ରିଏସନ ପରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ଚର୍ଚ୍ଚାରେ ହଷ୍ଟେଲ ରୁମ ନମ୍ବର-୨୦ । ସନସାଇନ୍‌ ଯୁକ୍ତ ୩ ଲେଡିଜ୍ ହଷ୍ଟେଲର ସବୁ ରୁମ୍‌ରେ ଗୋଟିଏ ପ୍ରକାର ତାଲା ପଡ଼ିଥିବା ବେଳେ ରୁମ୍‌ ନଂ ୨୦ରେ ପଡ଼ିଛି ଭିନ୍ନ ତାଲା। କ’ଣ ପାଇଁ ଏହି ରୁମ୍‌ରେ ଅଲଗା ତାଲା ପଡ଼ିଛି, ଯାହାକୁ ନେଇ ଏବେ ସନ୍ଦେହ କରାଯାଉଛି ।   ବଲାଙ୍ଗିର ପୋଲିସ ମହାଲିଙ୍ଗ କଲେଜର ଯୁକ୍ତ ୩  ଲେଡିଜ୍ ହଷ୍ଟେଲକୁ ତଦନ୍ତ କରିବାକୁ ଯାଇଥିଲା ।

 ମାତ୍ର ସେଠାରେ ରୁମ୍‌ ନଂ-୨୦ରେ ଏକ ଅଲଗା ଚାବି ଲାଗିଥିବା ବେଳେ ତାହାର ଚାବି ପାଇ ନ ଥିଲା ପୁଲିସ୍‌। ଏପରିକି ୱାଡେନ ବି ପୁଲିସ୍‌କୁ ଦେଇ ପାରି ନ ଥିଲେ ଠିକ୍‌ ଉତ୍ତର। ମମିତା ମର୍ଡର ମିଷ୍ଟ୍ରି ସହ ରୁମ୍‌ ନଂ-୨୦ର ଲିଙ୍କ୍‌ ଥିବା ଚର୍ଚ୍ଚା ହେଉଛି। ଉକ୍ତ ହଷ୍ଟେଲରେ ସିସିଟିଭି ଥିବା ବେଳେ ପୁଲିସ୍‌ କାହିଁକି ସିସିଟିଭି ଫୁଟେଜ ଯାଞ୍ଚ କରୁନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସିସିଟିଭି ଫୁଟେଜ ଯାଞ୍ଚ କଲେ ଗୋବିନ୍ଦ, ଘଟଣା ପରଠାରୁ କେତେଥର ଉକ୍ତ ହଷ୍ଟେଲକୁ ଯାଇଛନ୍ତି, ସେଠାରେ କେତେ ସମୟ ରହିଛନ୍ତି ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରନ୍ତା ବୋଲି ଆଲୋଚନା ହେଉଛି।  ତେବେ ଦିନକୁ ଦିନ ସଙ୍ଗୀନ ହେଉଥିବା ଏହି ଘଟଣାର ମୋଡ଼ ଏବଂ ରୁମ ନମ୍ବର ୨୦ ର ସସ୍ପେନ୍ସ କେବେ ସାମ୍ନାକୁ ଆସୁଛି ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା