Masthead

ଟଙ୍କା ପାଇଁ ସ୍ତ୍ରୀକୁ ବିକିଦେଲା ନୃଶଂସ ସ୍ୱାମୀ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ଟଙ୍କା ପାଇଁ ସ୍ତ୍ରୀକୁ ପର ହାତରେ ଟେକି ଦେଲା ସ୍ବାମୀ। ଘଟଣାରେ ଅଭିଯୁକ୍ତ ସ୍ବାମୀ ରାଜେଶ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ସୁଲେକେଲା ଗାଁରେ। ସୂଚନା ଅନୁସାରେ ଗତ ୬ ମାସ ଆଗରୁ ସୁଲେକେଲାର ରାଜେଶ ଟିକ୍ରାପଡାର ଭାରତୀ ରାଣା ସହ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା। ପରେ ଜୁଲାଇ ମାସରେ ପରିବାର ଲୋକ ଉଭୟଙ୍କ ବିବାହ କରିଥିଲେ।

ହେଲେ ଗତ ଅଗଷ୍ଟ ମାସରେ ବାହାର ରାଜ୍ୟକୁ ଇଟା ଗଢ଼ି ଯିବା ବାହାନାରେ ରାଜସ୍ଥାନର ମନଝୋଲାକୁ ନେଇ ସ୍ତ୍ରୀକୁ ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିଥିଲା ରାଜେଶ। ତେବେ ଭାରତୀଙ୍କ କୌଣସି ଖବର ନମିଳିବାରୁ ପରିବାର ପକ୍ଷରୁ ଗତ ୨୧ ତାରିଖରେ ବେଲପଡା ଥାନାରେ ଲିଖିତ ଭାବରେ ଜଣାଇଥିଲେ। ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ବେଲପଡା ପୋଲିସ ରାଜସ୍ଥାନକୁ ଯାଇ ଭାରତୀଙ୍କୁ ଉଦ୍ଧାର କରିଛି। ଅନ୍ୟପଟେ ସ୍ତ୍ରୀକୁ ବିକ୍ରି ଅଭିଯୋଗରେ ରାଜେଶ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ